ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଗ୍ୟାଙ୍ଗଷ୍ଟାର ହାଇଦରର ପୋଲିସ ଗୁଳିରେ ମୃତ୍ୟୁ ହୋଇଛି | ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ବାରିମୂଳ, କପାଳେଶ୍ୱର, ଗୁଲନଗର, ଜାମଧର ପଞ୍ଚାୟତ ଅଞ୍ଚଳରେ କଡ଼ା କଟକଣା ଜାରି ହୋଇଛି । ଏହି ଧାରା ୬ ଦିନ ପାଇଁ ଅର୍ଥାତ ୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ତେଣୁ କେବଳ ଅତ୍ୟାବଶ୍ୟକ ଜିନିଷ ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ସାମାନ୍ୟ କୋହଳ କରାଯିବ। କୌଣସି ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ଏକାଠି ହୋଇ ପାରିବେ ନାହିଁ ବୋଲି ଜିଲାପାଳ ତାଙ୍କ ନିର୍ଦେଶରେ ଉଲ୍ଲେଖ କରିଛନ୍ତି। ହାଇଦରର ରଣପଡ଼ା ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । କୌଣସି ଆଇନଶୃଙ୍ଖଳା ଓ ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି । ସେହିପରି ଦୁହୁରିଆ, ତିନି ମୁହାଣ ଓ ଗରାପୁର ଅଞ୍ଚଳରେ ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ । ଜିଲ୍ଲାର ପ୍ରବେଶ ପଥରେ ଗାଡ଼ିମୋଟର ସବୁ ଚେକିଂ କରାଯାଉଛି ।






More Stories
ଓଡ଼ିଶାର ସଂସ୍କୃତି ପରମ୍ପରା ମହାନ…..
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି…..
ଗଛରେ ପିଟି ହେଲା ବିମାନ…..