Report Card Odisha

| Daily Odia News

ଖାତାକୁ ଆସିବ ଟଙ୍କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପିଏମ କିଷାନ ନିଧି ସହ ଜଡ଼ିତ ହିତାଧିକାରୀଙ୍କ ଖଟକୁ ଆସିବ ଟଙ୍କା । ସରକାର ବର୍ତ୍ତମାନ ସୁଦ୍ଧା ୧୧.୩୭ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧.୫୮ ଲକ୍ଷ କୋଟି ଟଙ୍କା ପଠାଇ ସାରିଛନ୍ତି । ଏବେ କେନ୍ଦ୍ର ସରକାର ୧୫ ଡିସେମ୍ବର ୨୦୨୧ ସୁଦ୍ଧା ପ୍ରଧାନମନ୍ତ୍ରୀ କିଷାନ ସମ୍ମିନ ନିଧି ଯୋଜନାର ଆଗାମୀ ଅର୍ଥାତ୍ ୧୦ମ କିସ୍ତି ଜାରି କରିବାର ଯୋଜନା କରୁଛନ୍ତି । ଖବର ମୁତାବକ, ସରକାର ଗତବର୍ଷ ୨୫ ଡିସେମ୍ବର ୨୦୨୦ରେ ଚାଷୀଙ୍କୁ ଟଙ୍କା ଟ୍ରାନ୍ସଫର କରିଥିଲେ। ତେବେ କେନ୍ଦ୍ର ସରକାର ଚାଷୀଙ୍କୁ ଏହି ଯୋଜନା ଅଧିନରେ ୯ମ କିସ୍ତି ପଠାଇ ସାରିଛନ୍ତି । ବର୍ଷକୁ ୨୦୦୦ ଟଙ୍କାର ୩ଟି କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଛି । ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି- ଚାଷୀଙ୍କ ଆମଦାନୀ ବୃଦ୍ଧି କରିବା ଓ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ।
କିଷାନ ୱେସାଇଟରେ ‘Farmers Corner’ ର ଅପସନ୍ ଉପରେ କ୍ଲିକ୍ କରନ୍ତୁ ।

-ଏହି ସେକ୍ସନକୁ ଯାଇ ଆପଣ Beneficiary Status ଉପରେ କ୍ଲିକ୍ କରନ୍ତୁ ।

-ସେଥିରେ ଚାଷୀମାନେ ନିଜର ଠିକଣା ଯେପରିକି-ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁର ନାଁ ଲେଖି ପୂରଣ କରନ୍ତୁ ।

-ଏହା ପରେ ଚାଷୀ ‘Get Report’ ର ଅପସନ୍ ଉପରେ କ୍ଲିକ୍ କରିବା ମାତ୍ରେ ସମସ୍ତ ଲିଷ୍ଟ ସାମ୍ନାକୁ ଆସିଯିବ । ଏଥିରେ କିଷାନ ଲିଷ୍ଟକୁ ଯାଇ ଆପଣ କିସ୍ତିର ଷ୍ଟାଟସ୍ ଦେଖିପାରିବେ ।

ଫୋନ କରି ମଧ୍ୟ ଜାଣିପାରିବେ ;

-ପିଏମ କିଷାନ ସମ୍ମାନ ନିଧି ଯୋଜନାର ଲ୍ୟାଣ୍ଡଲାଇନ୍ ନମ୍ବର; ୦୧୧-୨୩୩୮୧୦୯୨,୨୩୩୮୨୪୦୧

-ପିଏମ କିଷାନ ସମ୍ମାନ ନିଧି ଯୋଜନାର ଟୋଲ ଫ୍ରି ନମ୍ବର- ୧୮୦୦୧୧୫୫୨୬୬

– ପିଏମ କିଷାନ ସମ୍ମାନ ନିଧି ଯୋଜନାର ହେଲ୍ପଲାଇନ୍ ନମ୍ବର- ୧୫୫୨୬୧, ୦୧୨୦-୬୦୨୫୧୦୯

Breaking News