ରିପୋର୍ଟ କାର୍ଡ / ସମ୍ବଲପୁର
ଖୋଲିଲା ହୀରାକୁଦ ଡ୍ୟାମର ୬ଟି ଗେଟ୍ । ବାମ ପାର୍ଶ୍ବର ୪ଟି ଗେଟ୍ ଖୋଲିଥିବା ବେଳେ ଓ ଡାହାଣ ପାର୍ଶ୍ବର ୨ଟି ସ୍ଳୁଇସ୍ ଗେଟ୍ ଖୋଲାଯାଇଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜଳଭଣ୍ଡାରକୁ ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ମଧ୍ଯ ବଢୁଛି । ବର୍ତ୍ତମାନ ଜଳସ୍ତର ରହିଛି ୬୨୬.୮୩ ଫୁଟ ରହିଛି । ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ବର୍ତ୍ତମାନ ସୁଦ୍ଧା ନାହିଁ । ଅନ୍ୟ ସ୍ଥାନରେ ବନ୍ୟା ଆଶଙ୍କା ନାହିଁ । ଅତ୍ୟଧିକ ବର୍ଷା ଯୋଗୁଁ କେବଳ ଫ୍ଲାସ୍ ଫ୍ଲଡ଼୍ ହୋଇଛି । ଆଖୁଆପଦାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଯେହେତୁ କେନ୍ଦୁଝରରେ ବର୍ଷା ଅଧିକ ନାହିଁ ତେଣୁ ଏଠାରେ ବି ବନ୍ୟାର ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ ।
Discussion about this post