ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଭଲ ରହିଛି | ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ଗାଇଡଲାଇନ ରେ କଟକଣାକୁ କୋହଳ କରାଯାଇଛି | ଗାଇଡଲାଇନ ଅନୁଯାୟୀ ସୋମବାରଠୁ ରାଜଧାନୀରେ ଖୋଲିଛି ପାର୍କ । ସେହିପରି ମଲ୍ ଏବଂ ସିନେମା ହଲ ଗୁଡିକ ଖୋଲିବା ପୂର୍ବରୁ ସାନିଟାଇଜ୍ କରାଯାଇଛି । ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଲଗାଇଯାଇଛ ଫୁଟ୍ କାଉଣ୍ଟ ମେସିନ୍ । ଫଳରେ ମଲକୁ କେତେ ଲୋକ ପଶିଲେ, କେତେ ବାହାରିଲେ ଜଣାପଡ଼ିବ । ଟିକା ନେଇନଥିଲେ ମଲ୍ ଭିତରକୁ ଏଣ୍ଟ୍ରି ନାହିଁ । ସେହିପରି ରାଜଧାନୀର ବଭିନ୍ନ ପାର୍କ ଗୁଡିକ ମଧ୍ୟ ଖୋଲିବା ପୂର୍ବରୁ ସଫେଇ କରାଯାଇଛି। ସେହିଭଳି ୫୦ ପ୍ରତିଶତ କ୍ଷମତାରେ ଖୋଲିବ ରେଷ୍ଟୁରାଣ୍ଟ ଏବଂ ହଲ୍ । ପାର୍ସଲ ନନେଇ ହୋଟେଲରେ ବସି ଏଥର ବିଭିନ୍ନ ଖାଦ୍ୟର ମଜା ନେଇପାରିବେ ରାଜଧାନୀବାସୀ । ଅଗଷ୍ଟ ୫ରୁ ହଲ୍ ଖୋଲିବା ପାଇଁ ଯୋଜନା ହୋଇଥିବାବେଳେ ଇଭନିଂ ଏବଂ ନାଇଟ୍ ସୋ ରହିବନାହିଁ ବୋଲି ଜଣାପଡିଛି ।






More Stories
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..
ଶରଧାବାଲିରେ ୩ ରଥ….
IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା: ପୋଲିସ ହାତରେ ଡିଜିଟାଲ ପ୍ରମାଣ…..