ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ୱରୁ ଆଉ ଜଣେ ଶିଶୁ ଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ୮ ବର୍ଷର ଶିଶୁକୁ ଅପହରଣ ପରେ କିଛି ଘଣ୍ଟା ଭିତରେ ଉଦ୍ଧାର କରାଯାଇଛି । ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ପୋଲିସ ଅପହରଣ ଶିଶୁକୁ ଉଦ୍ଧାର କରିଛି । ମୁଣ୍ଡରେ ବନ୍ଧୁକ ଲଗାଇ କଳା କାର୍ରେ ଅପହରଣ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅପହର୍ତ୍ତାମାନେ ୨୦ ଲକ୍ଷ ଟଙ୍କା ମାଗିଥିଲେ । ୩ଟି ପୋଲିସ ଟିମ୍ର ତ୍ୱରିତ ପଦକ୍ଷେପ ଯୋଗୁଁ ପିଲାଟିକୁ ଉଦ୍ଧାର କରାଯାଇଛି । ସ୍କୁଲ୍ରୁ ଫେରିବା ବେଳେ ପିଲାଟିକୁ ଅପହରଣ କରାଯାଇଥିବା ନେଇ ଜଣାପଡିଛି ।






More Stories
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..