ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତକାଲି ରାଜଧାନୀର ବ୍ୟସ୍ତବହୁଳ ଲକ୍ଷ୍ମୀସାଗର ଅଞ୍ଚଳର ଏକ ଚା’ ଦୋକାନରୁ ବନ୍ଧୁକ ଦେଖାଇ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ଯୁବକଙ୍କୁ ମୁକ୍ତ କରିବାକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ପୋଲିସର ତତ୍ପରତା ହେତୁ ଅପହୃତ ଯୁବକ ଉଦ୍ଧାର ହୋଇଥିବା ବେଳେ ୫ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଅପହରଣର ଶିକାର ହୋଇଥିବା ଯୁବକହେଲେ ଇଶାନ ଅଗ୍ରୱାଲ । ସୂଚନା ଅନୁଯାୟୀ, ଇଶାନ ଜଣେ ବିବିଏ ଛାତ୍ର ହୋଇଥିବା ବେଳେ ତାଙ୍କ ବାପା ଜଣେ ବ୍ୟବସାୟୀ। ଇଶାନ ପରିବାର ସହ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁନ୍ତି। ସେ ସବୁଦିନ ଘର ପାଖ ଚା’ ଦୋକାନକୁ ଯାଉଥିବା ବେଳେ ଅପହରଣକାରୀମାନେ ତାଙ୍କୁ କିଛି ଦିନ ଫଲୋ କରିଥିଲେ। ଏହାପରେ ଅପହରଣର ନାଟକ ରଚିଥିଲେ। ଏହାପରେ ଗତକାଲି ଚା’ ଦୋକାନରୁ ବନ୍ଧୁକ ଦେଖାଇ ଅପହରଣକାରୀମାନେ ଇଶାନଙ୍କୁ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ମଧ୍ୟ ପୁଅର ସନ୍ଧାନ ପାଇ ନ ଥିଲେ। ଏହାପରେ ତାଙ୍କ ବେକରେ ଛୁରି ଲଗାଇ କିଛି ଫଟୋ ପରିବାର ଲୋକଙ୍କ ପାଖକୁ ଛାଡ଼ିଥିଲେ। ଏପରିକି ପୁଅକୁ ମୁକୁଳାଇବାକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ଇଶାନଙ୍କ ଅପହରଣ ନେଇ ତାଙ୍କ ବାପା ଗତକାଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସ୍ପେଶାଲ ସ୍କ୍ୱାର୍ଡ ସାହାଯ୍ୟରେ ପୋଲିସ ରାତି ତମାମ ଖୋଜାଖୋଜି କରିବା ସହ ଫୋନ୍କୁ ଟ୍ରାକ୍ କରିଥିଲେ। ଏହାପରେ ପୋଲିସ ଟିମ୍ ଚଢ଼ାଉ କରି ଇଶାନଙ୍କୁ ଉଦ୍ଧାର କରିଛି। ଏଥିସହ ଅପହରଣ ଅଭିଯୋଗରେ ପୋଲିସ ୫ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..