Report Card Odisha

| Daily Odia News

ରାଜା ଚାର୍ଲସ୍‌ଙ୍କ ରାଜ୍ୟାଭିଷେକ ପ୍ରକ୍ରିୟା ସଂପନ୍ନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚାର୍ଲସ ତୃତୀୟଙ୍କୁ ଆନୁଷ୍ଠାନିକ ଭାବେ ବ୍ରିଟେନର ନୂଆ ରାଜା ଘୋଷଣା କରାଯାଇଛି। ଏକ ଐତିହାସିକ ସମାରୋହରେ ପଦଗ୍ରହଣ ପରିଷଦ ଦ୍ବାରା ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ ପ୍ରକ୍ରିୟା ସଂପନ୍ନ ହୋଇଛି। ଦୀର୍ଘ ୭ ଦଶନ୍ଧି ଧରି ଉତ୍ତରାଧିକାରୀକ୍ରମରେ ରହିଥିବା ଚାର୍ଲସ ତାଙ୍କ ମା’ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ସ୍ବାଭାବିକ ଭାବେ ରାଜା ହୋଇଛନ୍ତି। କିନ୍ତୁ ଦେଶ‌ରେ ନୂଆ ରାଜା ଘୋଷଣା କରିବାପାଇଁ ପଦଗ୍ରହଣ ଉତ୍ସବ ହେଉଛି ଏକ ପ୍ରମୁଖ ସାମ୍ବିଧାନିକ ଏବଂ ଔପଚାରିକ ପଦ‌କ୍ଷେପ। ପଦଗ୍ରହଣ ପରିଷଦ ବୈଠକ ପାଇଁ ସେଣ୍ଟ ଜେମ୍ସ ପ୍ୟାଲେସର ଅର୍ନେଟ ଷ୍ଟେଟ୍‌ ଆପାର୍ଟମେଣ୍ଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଏବଂ ଅନ୍ୟ ୫ ଜଣ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ରାଜନେତାମାନେ ଉପସ୍ଥିତ ଥିଲେ। ୧୯୫୨ ପରେ ପ୍ରଥମ ଥର ପାଇଁ ଏହି ପଦଗ୍ରହଣ ଉତ୍ସବ ହୋଇଛି। ୧୯୫୨ରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପାଇଁ ପଦଗ୍ରହଣ ଉତ୍ସବ ହୋଇଥିଲା।

Breaking News