Report Card Odisha

| Daily Odia News

ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା: ଦେଶବ୍ୟାପୀ ଧର୍ମଘଟ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ଡାକ୍ତରଙ୍କ ଦ୍ବାରା ଡକାଯାଇଥିବା ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଶନିବାର ଦିନ ଆରମ୍ଭ ହୋଇଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସ୍ୱାସ୍ଥ୍ୟ ସେବା ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି ହିଂସାକୁ ରୋକିବା ପାଇଁ ଡାକ୍ତରମାନେ ଏହି ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ସମୟରେ ଓପିଡି ଏବଂ ଅନ୍ୟ ସେବା ବନ୍ଦ ରହିବ। ତେବେ ଅତି ଜରୁରୀ ସେବା ଜାରି ରହିବ। ଇମର୍ଜେନ୍ସି କେୟାର ଏବଂ ଅତ୍ୟନ୍ତ ଜଟିଳ ଚିକିତ୍ସା ଜାରି ରହିବ ବୋଲି କୁହାଯାଇଛି । ‌କୌଣସି ପ୍ରକାର ଜରୁରୀ ମେଡିକାଲ ଆବଶ୍ୟକତା ପାଇଁ କାଜୁଆଲ୍‌ଟି ସେବା ଉପଲବ୍ଧ ହେବ। ଏହା ଦଶନ୍ଧିରେ ସବୁଠାରୁ ବଡ଼ ଆନ୍ଦୋଳନ ହେବ ଏବଂ ଅଧିକାଂଶ ହସ୍ପିଟାଲ୍‌ରେ ସେବା ବନ୍ଦ ରହିବ। ଅନ୍ୟପକ୍ଷେ ଅମୃତସର ସରକାରୀ ମେଡିକାଲ କଲେଜର କନିଷ୍ଠ ଡାକ୍ତରମାନେ ଆଜିଠାରୁ ସମସ୍ତ ଅଣ ଅତ୍ୟାବଶ୍ୟକ ହସ୍ପିଟାଲ୍‌ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ‌ବୋଲି ଘୋଷଣା‌ କରିଛନ୍ତି। ସେହିପରି ଦିଲ୍ଲୀରେ ମଧ୍ୟ କନିଷ୍ଠ ଡାକ୍ତରମାନେ ଆଜି ଅପରାହ୍ନରେ ମିଳିତ ଆନ୍ଦୋଳନ ଯାତ୍ରା କରିବା ସହ ବିକଳ୍ପ ସେବା ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଡିଏମ୍‌ଏ (ଦିଲ୍ଲୀ ମେଡିକାଲ ଏସୋସିଏସନ୍‌) ପକ୍ଷରୁ ଆଜି ସନ୍ଧ୍ୟାରେ କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ବିରୋଧରେ ଇଣ୍ଡିଆ ଗେଟ୍‌ ନିକଟରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସେହିପରି ମହାରାଷ୍ଟ୍ର ଏସୋସିଏସନ୍‌ ଅଫ୍‌ ‌ରେସିଡେଣ୍ଟ୍‌ ଡକ୍ଟର୍ସ (ମାର୍ଡ) ମଧ୍ୟ ଆଜି ମୁମ୍ବାଇର ଆଜାଦ ମଇଦାନରେ ପ୍ରତିବାଦ ଆନ୍ଦୋଳନ କରିଛି।

Breaking News