Report Card Odisha

| Daily Odia News

ଅଭୟାଙ୍କୁ ନ୍ୟାୟ ଦାବିରେ ୧ଘଣ୍ଟା ଅନ୍ଧାର ହେଲା କଲକାତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଲକାତା ପୀଡିତା ଅଭୟାଙ୍କ ପାଇଁ ଅଭୁତପୂର୍ବ ଆନ୍ଦୋଳନ। ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ । କଲକାତା ସହର ସାରା ପ୍ରତିବାଦର ନିଆଁ ଜଳୁଛି। ଅଭୟାକାଣ୍ଡର ଦୃଢ ପ୍ରତିବାଦ ଓ ପୀଡିତାଙ୍କ ଡାକ୍ତରଙ୍କୁ ନ୍ୟାୟ ଦେବା ଦାବିରେ କଲକାତାରେ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ। ସେହିପରି ଅଭୟାଙ୍କ ନ୍ୟାୟ ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ଅଭୟାଙ୍କ ପରିବାର ସଦସ୍ୟ। ବୁଧବାର କଲକାତାର ବିଭିନ୍ନ ସ୍ଥାନରେ ଲୋକେ ଲାଇଟ୍ ବନ୍ଦ କରି ପ୍ରତିବାଦ କରିଥିଲେ। ସହରବ୍ୟାପୀ ଲାଇଟ୍ ବନ୍ଦ କରାଯିବା ସହ ବିକ୍ଷୋଭ କରାଯାଇଥିଲା। ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ଲାଇଟ୍ ବନ୍ଦ କରି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା।

Breaking News