Report Card Odisha

| Daily Odia News

ଲଣ୍ଡା ହୋଇ ଗଙ୍ଗା ଜଳ ଛିଞ୍ଚି କରି ଟିଏମସିକୁ ଫେରିଲେ…..

ରିପୋର୍ଟ କାର୍ଡ / କୋଲକାତା

ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ପ୍ରାୟ ୨୦୦ କର୍ମୀଙ୍କ ଘର ବାହୁଡ଼ା ହୋଇଛି। ସେମାନେ ବିଜେପିରୁ ଟିଏମସିକୁ ଆସିବା ପୂର୍ବରୁ ପ୍ରଥମେ ଲଣ୍ଡା ହେବା ସହ ପାପର ପ୍ରାୟଶ୍ଚିତ କରିବାକୁ ଗଙ୍ଗା ଜଳ ଛିଞ୍ଚି ହୋଇଥିଲେ। ଏହାପରେ ସେମାନେ ବିଧିବଦ୍ଧ ଭାବେ ଟିଏମସିରେ ମିଶିଛନ୍ତି। ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଶତାଧିକ ବିଜେପି କର୍ମୀ ଟିଏମସିକୁ ଆସିବା ପୂର୍ବରୁ ଏପରି ପଦକ୍ଷେପ ନେଇଛନ୍ତି। ସେମାନେ ବିଜେପିରେ ମିଶିବା ବଡ଼ ଭୁଲ ଥିଲା ବୋଲି କହିଛନ୍ତି। ସମସ୍ତେ ଟିଏମସିକୁ ପ୍ରଶଂସା କରିବା ସହ ଅରମବାଗ ସାଂସଦ ଅପରୂପା ପୋଦ୍ଦାରଙ୍କ ହାତକୁ ମଜଭୂତ କରିଛନ୍ତି। ସାଂସଦ ପୋଦ୍ଦାର କହିଛନ୍ତି, ଦଳ ପକ୍ଷରୁ ଅରମବାଗରେ ଗରିବ ଲୋକଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା କରାଯାଇଥିଲା। ଏହି ସୟମରେ ଦଳିତ ସଂପ୍ରଦାୟର କିଛି ଲୋକ ସେମାନଙ୍କ ପାଖକୁ ଆସିବା ସହ ବିଜେପିରେ ମିଶି ସେମାନେ ବଡ଼ ଭୁଲ କରିଥିବା କହିଥିଲେ। ଏହାପରେ ସେମାନେ ବିଜେପିରେ ମିଶି କରିଥିବା ଭୁଲକୁ ସୁଧାରିବା ପାଇଁ ଟିଏମସିରେ ଯୋଗଦେବାକୁ ଚାହିଁଥିଲେ। ଏହାପରେ ପ୍ରାୟ ୨୦୦ ଜଣ ଲୋକ ଲଣ୍ଡା ହେବା ସହ ଗଙ୍ଗା ଜଳ ଛିଞ୍ଚି ହୋଇ ଟିଏମସି ପତାକା ଧରିଥିଲେ ବୋଲି ସେ କହିଛନ୍ତି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କେବଳ ହୁଗୁଳି ନୁହେଁ, ଆଜି ବୀରଭୂମିର ୧୫୦ ଜଣ ବିଜେପି କର୍ମୀ ବିଶୁଦ୍ଧ ହେବା ପରେ ଟିଏମସିରେ ମିଶିଛନ୍ତି। ଇଲାମବଜାର ବ୍ଲକରେ ୧୫୦ ଜଣ ବିଜେପି କର୍ମୀ ଟିଏମସିରେ ମିଶିବା ପୂର୍ବରୁ ସମସ୍ତଙ୍କୁ ସାନିଟାଇଜ ହେବାକୁ ପଡ଼ିଥିଲା। ସେମାନେ ବିଜେପିକୁ ଯାଇ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ତେଣୁ ସେମାନଙ୍କୁ ସାନିଟାଇଜ କରାଯିବା ପରେ ଟିଏମସିରେ ଯୋଗ ଦେବାକୁ ଅନୁମତି ମିଳିଛି। ଏହି ମିଶ୍ରଣ ପାଇଁ ବୀରଭୂମିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଜେପି କର୍ମୀମାନେ ଜଣଙ୍କ ପରେ ଜଣେ ମଞ୍ଚ ଅତିକ୍ରମ କରୁଥିବା ବେଳେ ସେମାନଙ୍କ ଉପରେ ସାନିଟାଇଜର ସିଞ୍ଚନ କରାଯାଇ ସମସ୍ତଙ୍କୁ ବିଶୁଦ୍ଧ କରାଯାଇଥିଲା।

Breaking News