ରିପୋର୍ଟ କାର୍ଡ / କୋଣାର୍କ
ଆଜିଠାରୁ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ । ଏଥିଲାଗି ଉତ୍ସବମୁଖର ହୋଇଉଠିଛି ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗା ବେଳାଭୂମି । ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଚାଲିବ ମହୋତ୍ସବ ।ସନ୍ଧ୍ୟାରେ ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀ ଆଟ୍ଟମ, ଭାରତନାଟ୍ୟମ୍ ଆଦି ନୃତ୍ୟ ପରିବେଷଣ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକା ଶିଳ୍ପୀ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ କଳାକୃତି ପ୍ରଦର୍ଶନ କରିବେ । ସେହିଭଳି ଏହି ଅବସରରେ ହସ୍ତଶିଳ୍ପ ପ୍ରଦର୍ଶନୀ, ହେଲିପ୍ୟାଡରେ ଅପେରା, ମୀନା ବଜାର, ପୁସ୍ତକ ମେଳା, ସାହିତ୍ୟ ଆସର, ବେଳାଭୂମି ପଦଯାତ୍ରା, ଚିତ୍ରକଳା ପ୍ରତିଯୋଗିତା ଅନ୍ୟତମ ଆକର୍ଷଣ ହେବ ।






More Stories
ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି…..
ଆଜି ହେଉଛି ପଣା ସଂକ୍ରାନ୍ତି,ଓଡ଼ିଆ ନବବର୍ଷ……
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….