Report Card Odisha

| Daily Odia News

କନଷ୍ଟେବଳଙ୍କୁ ମାଡ ମାରି ଫେରାର ଥିବା ଅଭିଯୁକ୍ତ ଗିରଫ….

ରିପୋର୍ଟ କାର୍ଡ / କୋରାପୁଟ

ନନ୍ଦପୁର ଥାନାରେ କନଷ୍ଟେବଳଙ୍କୁ ମାଡ ମାରି ଦୁଇ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇଥିଲେ। ଆଜି ପୋଲିସ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି। ବିଲାପୁଟ ଗାଁ ଶ୍ଵଶୁର ଘରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି। ସୂଚନା ଅନୁଯାୟୀ ନନ୍ଦପୁର ଦଳିତ ସାହିର ଉମେଶ ଗୁଣ୍ଠା କିଛି ଦିନ ତଳେ ଖିଳୁଆ ଗାଁର ଜଣେ ନାବାଳିକାଙ୍କୁ ଅପହରଣ କରିଥିଲା । ଏ ନେଇ ନାବାଳିକାଙ୍କ ବାପା ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ କୁ ଆଧାର କରି ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଉମେଶ ଏବଂ ଏସ୍‌.କେ ସାଇନ୍‌ ଙ୍କୁ ଆଣି ପଚରାଉଚରା କରୁଥିଲା। ମାତ୍ର କୌଣସିମତେ ଉଭୟ ଥାନାରୁ ଫେରାର ହୋଇଯାଇଥିଲେ। ପୋଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି

Breaking News