ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅର୍ଥରାଶିକୁ ୨ ଗୁଣ କରିପାରନ୍ତି । ଏନେଇ ବିଚାର ବିମର୍ଶ ଚାଲିଥିବା ଜଣାପଡିଛି । ଏହି ପ୍ରସ୍ତାବ ଉପରେ ମୋହର ବାଜିଯାଏ ତେବେ ବର୍ଷକୁ ୬ହଜାରରୁ ୧୨ ହଜାର ଟଙ୍କା ମିଳିପାରେ । ତେବେ ଯଦି କୃଷକମାନଙ୍କୁ ଦିଆଯାଉଥିବା ଅର୍ଥରାଶି ୨ ଗୁଣ ହୋଇଯାଏ । ତେବେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ପ୍ରଥମ କିସ୍ତି ଏବେ ୨ ହଜାର ପରିବର୍ତ୍ତେ ୪ ହଜାର ଟଙ୍କା ଆସିବ । ଯାହାକି ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ଯିବ । ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର ଏହି ଯୋଜନାକୁ ଖୁବଶୀଘ୍ର ଘୋଷଣା କରିପାରନ୍ତି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବିହାର କୃଷି ମନ୍ତ୍ରୀ ଅମରେନ୍ଦ୍ର ପ୍ରତାପ ସିଂହ ଦିଲ୍ଲୀରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣକୁ ସାକ୍ଷାତ କରିଥିଲେ । ଗଣମାଧ୍ୟମ ସହିତ କଥା ହେବା ସମୟରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ମିଳୁଥିବା ଅର୍ଥରାଶିକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ବୋଲି କହିଥିଲେ । ଏହାପର ଠାରୁ ଏହି ଅର୍ଥରାଶି ବୃଦ୍ଧି ହେବା ନେଇ ଚର୍ଚ୍ଚା ଜୋର ଧରିଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..