Report Card Odisha

| Daily Odia News

୧୩ ବର୍ଷୀୟ ଛାତ୍ରକୁ ବିବାହ କଲେ ଶିକ୍ଷୟତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁରୁ ଛାତ୍ରଙ୍କ ମଧ୍ୟରେ ଦେଖା ଦେଇଛି ଏକ ଅଭାବନୀୟ କାଣ୍ଡ। ଜଣେ ଶିକ୍ଷୟତ୍ରୀ ନାବାଳକ ଛାତ୍ରକୁ ବଳପୂର୍ବକ ବିବାହ କରିଛନ୍ତି | ଏଭଳି ଅମାନବୀୟ ଘଟଣା ଘଟିଛି ପଞ୍ଜାବର ଜଳନ୍ଧର ସହରରେ । ଜଳନ୍ଧରର ଏକ ସ୍କୁଲ୍‌ରେ ଶିକ୍ଷୟତ୍ରୀ ଭାବେ ଚାକିରି କରିଥୁବା ଜଣେ ମହିଳା ୧୩ ବର୍ଷୀୟ ଛାତ୍ର ସହିତ ବଳପୂର୍ବକ ବିବାହ କରିଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ- ଉକ୍ତ ଶିକ୍ଷୟତ୍ରୀଙ୍କ ବାହାଘରରେ ବହୁତ ବିଳମ୍ବ ହେଉଥିଲା । ତେଣୁ ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି କରିଛନ୍ତି । ତାଙ୍କୁ ଲାଗିଥିଲା ଯେ ଏପରି ଯଦି କରାଯାଏ ତେବେ ତାଙ୍କର ମାଙ୍ଗଳିକ ଦୋଷ ଦୂର ହୋଇଯିବ । ଏନେଇ ନାବଳକ ଛାତ୍ରର ପରିବାର ଥାନାରେ ଏଫ୍‌ଆଇଆର୍‌ ଦାଏର୍‌ କରିବା ପରେ ପୋଲିସ୍‌ ମାମଲା ରୁଜ୍ଜୁ କରିଛି ।ଅଭିଯୋଗ ମୁତାବକ, ଶିକ୍ଷୟତ୍ରୀ ଜଣକ ଛାତ୍ରକୁ ଟ୍ୟୁସନ୍‌ର ଲୋଭ ଦେଖାଇ ୬ ଦିନ ପର୍ଯ୍ୟନ୍ତ ବନ୍ଦୀ କରି ନିଜ ଘରେ ରଖିଥିଲେ ଏବଂ ବିବାହ କରିଥିଲେ । ଛାତ୍ରର ଘର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ମାଗଣାରେ ଛାତ୍ରଟିକୁ ପଢ଼ାଇବା ପାଇଁ ଶିକ୍ଷୟତ୍ରୀ ଜଣକ ତାଙ୍କ ପରିବାରକୁ କହିଥିଲେ । ଘର ଲୋକ ଏଥିରେ ରାଜି ହୋଇଯାଇଥିଲେ । ପୋଲିସ୍‌ ଏନେଇ କହିଛି ଯେ, ଛାତ୍ରକୁ ୬ ଦିନ ରଖି ବିବାହର ସମସ୍ତ ନୀତି ନିୟମ ସମ୍ପୂର୍ଣ୍ଣ କରାଯାଇଥିଲା । ଏଥିରେ ହଳଦୀ-ମେହେନ୍ଦି ହେବା ସହିତ ଚଉଠି ରାତିର ନାଟକ ମଧ୍ୟ କରାଯାଇଥିଲା । ଏହାପରେ ପଣ୍ଡିତଙ୍କ କହିବା ମୁତାବକ ହାତରୁ ଚୁଡ଼ି ଭାଙ୍ଗି ତାଙ୍କୁ ବିଧବା କରାଯାଇଥିଲା ଏବଂ ଏଥି ପାଇଁ ଶୋକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା । ତେବେ ମାମଲାଟି ପୋଲିସ ପରିସରକୁ ଆସିବା ପରେ ପରେ ଉକ୍ତ ଶିକ୍ଷୟତ୍ରୀ ଏବଂ ତାଙ୍କ ପରିବାର ଲୋକେ ସମସ୍ୟାରେ ପଡ଼ିଯାଇଥିବା ନେଇ ଜଣାପଡିଛି ।

Breaking News