ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ରାଜନୀତିର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଅଚଳାବସ୍ଥା ଓ ଧାନ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସରେ ପହଂଚହିଁ ଥିଲେ ବିଜେପି ବିଧାୟକ । ନବୀନ ନିବାସ ଆଗରେ ଧାରଣା ଦେଇଥିବା ବେଳେ ସେମାନଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଚାଲି ଚାଲି ନବୀନ ନିବାସରୁ ବାହାରି ବିଜେପି ବିଧାୟକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଧାରଣାସ୍ଥଳରେ ସେମାନଙ୍କ ସହ କଥା ହୋଇ ଆଲୋଚନା କରିବା ପାଇଁ ବିଜେପି ସଦସ୍ୟଙ୍କୁ ଭିତରକୁ ଡାକିଲେ ମୁଖ୍ୟମନ୍ତ୍ରୀ । ନିମନ୍ତ୍ରଣ ପରେ ବିଜେପି ବିଧାୟକମାନେ ଆଲୋଚନା ପାଇଁ ନବୀନ ନିବାସ ଭିତରକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ବିଜେପି ବିଧାୟକ। ଆଲୋଚନ ପରେ ବିଜେପି ବିଧାୟକ କହିଛନ୍ତି କି ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ | ଆଗକୁ କିଛି ନିଷ୍କର୍ସ ବାହାରିବା ନେଇ ଆଶାବ୍ୟକ୍ତ ରହିଛି | ଏହି ଆଲୋଚନା ବେଳେ ବିଜେଡିର କିଛି ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।
More Stories
ମୋଷ୍ଟ ୱାଣ୍ଟେଡ୍ ଆଲୋକ ସେଠୀ ନିହତ: ଘର ନିଆଳି….
୧୦ ଦ୍ଵୀପରେ ଉଡ଼ିବ ତ୍ରିରଙ୍ଗା…..
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..