ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଦେଇଥିବା ମନ୍ତବ୍ୟ କୁ ନେଇ ରାଜନୀତିରେ ଝଡ଼ ସୄଡ଼ଟି ହୋଇଛି । ମହିଳାମାନେ ଚିରା ଓ ଫଟା ଜିନ୍ସ ପିନ୍ଧି ସମାଜକୁ କି ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ରାୱତ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଅନେକ ମହିଳା ଆପତ୍ତି ଉଠାଇଛନ୍ତି। କଡା ପ୍ରତିକ୍ରିୟା ପ୍ରକାଶ କରି ବିଭିନ୍ନ ଦଳର ମହିଳା ନେତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଶିବସେନା ଏମ୍ପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ଦେଶର ସଂସ୍କୃତି ଏବଂ ସଂସ୍କାର ଉପରେ ସେହି ଲୋକଙ୍କୁ ଫରକ ପଡେ, ଯେଉଁମାନେ ମହିଳା ଏବଂ ସେମାନଙ୍କ କପଡାକୁ ଦେଖନ୍ତି। ଚିନ୍ତାଧାରା ବଦଳାନ୍ତୁ ମୁଖ୍ୟମନ୍ତ୍ରୀ, ତେବେ ଯାଇ ଦେଶ ବଦଳିବ ବୋଲି ସେ କହିଛନି। ସେହିପରି ରାୱତଙ୍କ ଏଭଳି ମନ୍ତବ୍ୟ ଉପରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ଲୋକ ସଭା ଏମ୍ପିି ମହୁଆ ମିତ୍ର ମଧ୍ୟ କଡ଼ା ପ୍ରତ୍ରିୟା ଦେଇଛନ୍ତି। ସୂଚନାଯୋଗ୍ୟ, ଶିଶୁ ସୁରକ୍ଷା ଆୟୋଗର ଏକ କର୍ମଶାଳାର ଉଦଘାଟନ ସମୟରେ ତିରଥ ସିଂ ରାୱତ ମହିଳା ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆଜିକାଲି ମହିଳାମାନେ ଚିରା ଜିନ୍ସ ପିନ୍ଧୁଛନ୍ତି, ଏସବୁ ଠିକ କି … ଏହା କି ପ୍ରକାର ସଂସ୍କାର? ପିଲାମାନଙ୍କ ମଧ୍ୟରେ କେମିତି ସଂସ୍କାର ଆସେ। ଏହା ଅଭିଭାବକଙ୍କ ଉପରେ ନିର୍ଭର କରେ। କିଛି ମହିଳା ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।
Discussion about this post