ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆପଡାରେ ବିଜେଡିକୁ ଆଉ ଏକ ଶକ୍ତ ଝଟକା | ଲମ୍ବୋଧର ବିଜେଡିରୁ ଇସ୍ତଫା ଦେଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ଏହାପରେ ସେ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲମ୍ବୋଧର ଉପସ୍ଥିତ ରହିଛନ୍ତି । ଯାହାକି ବିଜେଡି ପାଇଁ ଏକ ଶକ୍ତ ଝଟକା ହୋଇଛି । ନୂଆପଡାରେ ବିଜେପିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଏହାପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ଟାଣୁଆ ନେତା ଲମ୍ବୋଧର ନିଆଲ । ତାଙ୍କ ସହିତ ଅନ୍ୟ କର୍ମୀମାନେ ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ଲମ୍ବୋଧର କଳାହାଣ୍ଡିରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିଲେ । ଆଜି ସକାଳୁ ଜୟ ଢୋଲକିଆଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ଆଲୋଚନା କରିଥିଲେ ଲମ୍ବୋଧର ନିଆଲ । ନୂଆପଡାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିବା ପରେ ଗତକାଲି ସ୍ନେହାଙ୍ଗିନ ଛୁରିଆଙ୍କ ନାଁ ଘୋଷଣା ହୋଇଥିଲା । ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିବା ପରେ ନୂଆପଡା ବିଜେଡିରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ଅନେକ କର୍ମୀ ଦଳ ଛାଡୁଥିବା କୁହାଯାଉଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ
ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..