ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟ ଅତିଥିଭବନରେ ଚାଲିଛି ସମୀକ୍ଷା ବୈଠକ। ପୋଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଲୋକଙ୍କୁ ଗୁଣାତ୍ମକ ସେବା କିପରି ଯୋଗାଇ ଦିଆଯିବ ଏବଂ ଲୋକଙ୍କୁ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି ଏହା ସହ ଆସନ୍ତା ଜୁଲାଇରୁ କାର୍ୟ୍ୟକାରୀ ହେବାକୁ ଥିବା ଦେଶର ତିନୋଟି ଗୁରୁତ୍ୱପୂର୍ଣ୍ଣ ଆଇନ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ପୋଲିସ ଡିଜି।
More Stories
ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ଯୋଗ୍ୟତା ସ୍ନାତକ…..
କ୍ୟାବିନେଟ୍ ବୈଠକରେ ୬ ପ୍ରସ୍ତାବକୁ ଅନୁମୋଦନ…..
ରାଜ୍ୟରେ ଗଠିତ ହେଲା ୩ ସିଭିଲ୍ ଜଜ୍ କୋର୍ଟ…..