ରିପୋର୍ଟ କାର୍ଡ / ମାଲକାନଗିରି
ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ଡିଆରଜି,ଏସ ଟି ଏଫ, ଆଇଟିବିପି ବାଟାଲିୟନର ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ବଡ଼ ଗୁଳିବିନିମୟ ଘଟିଛି। ନାରାୟଣପୁର ଆବୁଝମାଡ଼ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ୮ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମାଓବାଦୀଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀର ବଡ଼ ଅପରେସନ୍ ଜାରି ରହିଛି। ଗତ ୨ ଦିନ ଧରି ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା | ଖବର ଅନୁଯାୟୀ, ୮ ଜଣ ନକ୍ସଲ ସୁରକ୍ଷା ବାହିନୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ତେବେ ୨ଜଣ ଯବାନ ମଧ୍ୟ ଆହତ ହୋଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି। ନାରାୟଣପୁର, କୋଣ୍ଡାଗାଓ, କାଙ୍କେର ଏବଂ ଦନ୍ତେୱାଡା ଜିଲ୍ଲାର ଡିଜିଆର୍, ଏସଟିଏଫ୍ ଏବଂ ଆଇଟିବିପି ୫୩ତମ ବାଟାଲିୟନ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି। ଯବାନ ଓ ନକ୍ସଲମାନଙ୍କ ମଧ୍ୟରେ ଗତ ୨ ଦିନ ଧରି ଜାରି ରହିଛି ଗୁଳିବିନିମୟ। ଏବେ ମଧ୍ୟ ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ଅପରେସନ୍ କୁତୁଲ ଫରସାବେଡା଼ କୋଡ଼ତାମେଟା ଅଞ୍ଚଳରେ ଜାରି ରହିଛି।
More Stories
ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’…..
ପୋଲିସ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ…..
ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଉପହାର…..