ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା କାଣ୍ଡକୁ ନେଇ ରାଜନୀତି ଜୋରଧରିଛି | ହିଂସାକାଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି। ଏକ ଗାଡି ଜାଣିଶୁଣି ଆନ୍ଦୋଳନରତ କୃଷକଙ୍କ ଉପରେ ଚଢିଯାଉଥିବାର ଭିଡିଓରେ ଦେଖାଯାଇଛି। ଭିଡିଓ ଆସିବା ପରେ ୟୁପି ସରକାର ଘେରିଛନ୍ତି ବିରୋଧୀ । ଏନ୍ସିପି ନେତା ଶରଦ ପାଓ୍ବାର ଲକ୍ଷ୍ମୀପୁର ହିଂସାକୁ ‘ଜାଲିଓ୍ବାନାଓ୍ବାଲାବାଗ୍ ହତ୍ୟାକାଣ୍ଡ’ ସହ ତୁଳନା କରିଛନ୍ତି। ସେହପରି ଭାଜପାର ସହଯୋଗୀ ଜେଡିୟୁ ବି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି। ଏହି ଘଟଣାରେ ଶରଦ ପାଓ୍ବାର କହିଛନ୍ତି, ଜାଲିଓ୍ବାନାଓ୍ବାଲା ବାଗ୍ରେ ଯେଉଁଭଳି ପରିସ୍ଥିତି ଥିଲା, ସେଭଳି ପରିସ୍ଥିତି ୟୁପିରେ ହୋଇଛି। କୃଷକ ଏହାକୁ ଭୁଲିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିବ। କୃଷକ ହତ୍ୟା ପାଇଁ ୟୁପି ସରକାର ଏବଂ କେନ୍ଦ୍ର ସରକାର ଦାୟୀ। ଏହି ଘଟଣାର ଯାଞ୍ଚ୍ ସୁପ୍ରିମକୋର୍ଟର ସିଟିଂ ଜଜ୍ କରନ୍ତୁ ବୋଲି ପାଓ୍ବାର ଦାବି କରିଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……