Report Card Odisha

| Daily Odia News

ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବା….

ରିପୋର୍ଟ କାର୍ଡ / କଟକ

୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ବିଡ଼ାନାସୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସର ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଜିର ଏହି ପବିତ୍ର ଦିନରେ ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଆଜି ଉତ୍ସବ ପାଳନ କରିବାର ଦିନ ନୁହେଁ। ଆଜି ସମ୍ବିଧାନକୁ ସୁରକ୍ଷା ଦେବାର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନୁଷ୍ଠିତ ହୋଇଥିବା ପରେଡରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ। ଏପର୍ଯ୍ୟନ୍ତ ରାଜ୍ୟର ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ଲାଭ ମିଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Breaking News