ରିପୋର୍ଟ କାର୍ଡ / ଜଗତସିହଂପୁର
ଆଉ କିଛିଦିନ ପରେ ଭାଲେଣ୍ଟାଇନ୍ସ ସପ୍ତାହ। ଏହାକୁ ନେଇ ଯୁବ ପିଢି ମାନେ ଅନେକ ଉତ୍ସାହ ଦେଖିବାକୁ ମିଳିଛି | ନିଜର ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ସହ ବୁଲିବା ସହ ଗିଫ୍ଟ ଦିଆନିଆ କରିଥାନ୍ତି । ଏହି ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏକ ଚିଠି ଭାଇରାଲ ହେଉଛି। ତାହା ବୁ ପୁଣି ଏକ କଲେଜର, ଯେଉଁଥିରେ ପ୍ରିନ୍ସପାଲଙ୍କ ଦସ୍ତଖସ୍ତ ମଧ୍ୟ ରହିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଏସ୍ଭିଏମ୍ କଲେଜ୍ ଏଖ ଚିଠି ଇସ୍ୟୁ କରିଛି । ଯେଉଁଥିରେ ଲେଖା ଅଛି ଆସନ୍ତା ଫେବ୍ରୁଆରୀ ମାସ ୧୪ରୁ କଲେଜର ପ୍ରତ୍ୟେକ ଛାତ୍ରୀ ନିଜ ନିଜ ସୁରକ୍ଷ ନିମନ୍ତେ ଅତି କମରେ ଜଣେ ବୟଫ୍ରେଣ୍ଡ ବାଛିବାକୁ ବାଧ୍ୟତାମୂଳକ କରାଯାଇଛି । ବୟଫ୍ରେଣ୍ଡ ନଥିବା ଛାତ୍ରଛାତ୍ରୀଙ୍କୁ କଲେଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀୟମ କରାଯାଇଛି । ବୟଫ୍ରେଣ୍ଡ ସହ ନଗଦରେ ଉଠାଯାଇଥିବା ଫଟୋକୁ ଛାତ୍ରୀମାନେ ପରିଚୟ ପତ୍ର ହିସାବରେ କଲେଜରେ ପ୍ରବେଶ କରିବା ସମୟରେ ବ୍ୟବହାର କରିପାରିବେ । ଏହା ସମସ୍ତ ଛାତ୍ରୀଙ୍କ କ୍ଷେତ୍ରରେ ବାଧ୍ୟତା ମୂଳକ । ପ୍ରେମର ବାର୍ତ୍ତା ଖେଳାଇବା ନିମନ୍ତେ ଉଦ୍ଧିଷ୍ଟ ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..