Report Card Odisha

| Daily Odia News

ମହାକାଶରେ ଗଜା ହେଲା ଝୁଡ଼ଙ୍ଗ ମଞ୍ଜି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ କୁ ମିଳିଛି ବଡ଼ ସଫଳତା | ମହାକାଶରେ ଗଜା ହୋଇଛି ମଞ୍ଜି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା ହୋଇଛି। ଇସ୍ରୋ ପକ୍ଷରୁ ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ଝୁଡଙ୍ଗ ମଞ୍ଜି ପଠାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ଯେ ମହାକାଶରେ ମଞ୍ଜି ଗଜା ହେବ କି ନାହିଁ ଓ ଏହା ବିକଶିତ ହେବ କି ନାହିଁ ପରୀକ୍ଷା କରିବା। ନିଜର ଅଫିସିଆଲ ସାମାଜିକ ଗଣମାଧ୍ୟମ ଏକ୍ସରେ ଏ ସମ୍ପର୍କରେ ଇସ୍ରୋ ସୂଚନା ଦେଇଛି। ମାତ୍ର ୪ ଦିନ ମଧ୍ୟରେ ଝୁଡ଼ଙ୍ଗ ମଞ୍ଜି ଗଜା ହୋଇଥିବା ଇସ୍ରୋ ସୂଚନା ଦେଇଛି। ଖୁବଶୀଘ୍ର ଏଥିରେ ପତ୍ର ଆସିବ ବୋଲି ଇସ୍ରୋ କହିଛି। ୨୦୨୪ ଡିସେମ୍ବର ୩୦ ତାରିଖରେ ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ୮ଟି ଝୁଡ଼ଙ୍ଗ ମଞ୍ଜି ପଠାଯାଇଥିଲା। ଅନ୍ୟପକ୍ଷରେ ମହାକାଶ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ ମଧ୍ୟ ପଠାଯାଇଛି।

Breaking News