ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ଚାରିପଟେ କଢା ଯାଇଥିବା ଲାଇଟ୍ ପୁଣି ଲଗା ଯାଇଛି। ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କାଢିଥିବା ସଂସ୍ଥାକୁ ବାଦ ଦେଇ ନୂଆ ସଂସ୍ଥାକୁ ଡାକି ଲାଇଟ୍ ଲଗାଯାଇଛି । ଲାଇଟ କଢାଯିବା ଘଟଣାରେ ୪ ଜଣଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଯୋଗ୍ୟ, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା। ମନ୍ଦିର ଚାରିପାର୍ଶ୍ୱରେ ଏକାଧିକ ଲାଇଟ୍ ଲଗାଯାଇଥିଲା । ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ଲଗାଯାଇଥିଲା । ଯାହା ଫଳରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖା ଯାଉଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସେସବୁ ଲାଇଟ୍ ଗୁଡିକୁ ଖୋଲି ନିଆଯାଇଥିବା ଅଭିଯୋଗ ହୋଇଥିଲା | ଘଟଣାରେ ତଦନ୍ତ କରିବା ପାଇଁ ମୁଖ୍ୟ ସଚିବ ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପ୍ରଶାସନ ତତ୍ପରତାରେ ପୁନର୍ବାର ଲାଇଟି ଲଗାଯାଇଥିବା ଜଣାପଡିଛି |






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..