Report Card Odisha

| Daily Odia News

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ,ଏକତ୍ରିତ ବସି ଜାଳି ପାରିବେନି ଦୀପ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସୁଛି ଜାଗର ଯାତ୍ରା | ଉତ୍ସବ ମୁଖର ହୋଇଉଠୁଛି ପ୍ରସିଦ୍ଧ ଶୈବପୀଠ ଗୁଡିକ | ଚଳିତ ଥର କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ଜାଗର ଜାଳିବା ନେଇ କୁହାଯାଇଛି । ଭୁବନେଶ୍ବରର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ରାତି ୧୦ଟାରେ ମହାଦୀପ ଉଠିବ | ଏନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ଜାଗର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ୩ ସେବାୟତ ନିଯୋଗଙ୍କ ସହ ପୋଲିସ ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ଭୁବନେଶ୍ବର ଡିସିପି ଓ ଏଡିଏମ୍ ସୂଚନା ଦେଇଛନ୍ତି | କୋଭିଡ୍ କଟକଣା ସହ ଶାନ୍ତି ଶୃଙ୍ଖଳାରେ ଭକ୍ତ କିଭଳି ଦର୍ଶନ କରିବେ ସେ ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜଳିବେ । ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ମଧ୍ୟ ହୋଇଛି । ଦୀପ ଜାଳିବା ପାଇଁ ଭକ୍ତମାନେ ଯେଭଳି ଏକତ୍ରିତ ହୋଇ ବସିବେ ନାହିଁ ତାହାକୁ ଧ୍ୟାନ ଦିଆଯିବ । ରାତି ୧୦ଟା ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ କିଭଳି ମନ୍ଦିରରୁ ବାହାରି ଯିବେ ସେ ନେଇ ବିଶେଷ ଧ୍ୟାନ ଦିଆଯିବ । ମହାଦୀପ ଉଠିବା ପରେ ମନ୍ଦିର ବାହାରେ ଥିବା ଭକ୍ତଙ୍କୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନକୁ ବାରଣ କରାଯାଇଛି । ବୈଠକରେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ସେବାୟତ ଓ ୩ ନିଯୋଗ ଉପସ୍ଥିତ ଥିଲେ ।

 

 

Breaking News