Report Card Odisha

| Daily Odia News

ଲିଭ୍‌-ଇନ୍‌ ରିଲେସନ୍‌ଶିପ୍‌ରେ ସ୍ଥିରତା ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲିଭ୍‌-ଇନ୍‌ ରିଲେସନଶିପ ଟାଇମ୍‌ ପାସ୍‌ ଭଳି। ଏଥିରେ କୌଣସି ସ୍ଥିରତା ନାହିଁ। ଏଥିରେ ସଚ୍ଚୋଟତାର ଅଭାବ ରହିଥାଏ। ଏକ ମାମଲାର ଶୁଣାଣି କରି ଏଭଳି କିଛି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏଥିସହ ଏହି ମାମଲାକୁ ଖାରଜ କରିଦେଇଛନ୍ତ କୋର୍ଟ। ହାଇକୋର୍ଟ ଲିଭ୍‌-ଇନ୍‌ ରିଲେସନ୍‌ଶିପ୍‌କୁ ଟାଇମ୍‌ ପାସ୍‌ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ଲିଭ୍‌-ଇନ୍‌ ରିଲେସନଶିସପ୍‌କୁ ମାନ୍ୟତା ଦେଇଛନ୍ତି ସତ, ହେଲେ ଏହି ସମ୍ପର୍କରେ କୌଣସି ସଚ୍ଚୋଟତା ନଥାଏ। ଏଥିରେ କେବଳ ମୋହ ଓ ପରସ୍ପର ପ୍ରତି ଅଧିକ ଆକର୍ଷଣ ରହିଥାଏ। ଲିଭ-ଇନ୍‌ ସମ୍ପର୍କ ବେଶ୍‌ ସେମ୍ବଦନଶୀଳ ଓ ଅସ୍ଥାୟୀ ହୋଇଥାଏ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ମୁତାବକ, ଜୀବନ କଠିନତା ଓ ସଙ୍ଘର୍ଷମୟ ଭରା। ଏହାକୁ ଫଲର ବିଛଣା ଭାବିବା ଭୁଲ୍‌ କରିବା ଉଚିତ ନୁହେଁ। ଜଣେ ମୁସଲମାନ ଯୁବକଙ୍କ ସହ ଲିଭ୍‌-ଇନ୍‌ ସମ୍ପର୍କରେ ଜଣେ ହିନ୍ଦୁ ରହୁଥିବା ଜଣେ ହିନ୍ଦୁ ଝିଅ ସୁରକ୍ଷା ଯୋଗାଇବା କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି ଯେ ୨୦-୨୨ବର୍ଷ ବୟସରେ ମାତ୍ର ୨ମାସ କାହା ସହିତ ଲିଭ୍‌-ଇନ୍ ସମ୍ପର୍କରେ ରହି ସମ୍ପର୍କର ପରିପକ୍ୱତା ବିଚାର କରାଯାଇପାରିବ ନାହିଁ। ଏଭଳି କହି ଏହି ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି।

Breaking News