Report Card Odisha

| Daily Odia News

ଗରିବଙ୍କ ଜୀବିକାକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲଗାଇ ପାରିବୁ ନାହିଁ:ଯୋଗୀ ଅଦିତ୍ୟନାଥ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ବେହାଲ | ଏହା ଭିତରେ ଉତ୍ତର ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ରାଜ୍ୟରେ ସ୍ଵାସ୍ଥ୍ୟବସ୍ଥା ଗୁତୁତର ଭାବେ ପ୍ରଭାବିତ ହୋଇଛି। ଏହା ମଧ୍ୟରେ ଯୋଗୀ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ସଂପୂର୍ଣ୍ଣ ଲକ୍‌ଡାଉନ୍ ଲଗାଇ ପାରିବୁ ନାହିଁ। ଗରିବ ଲୋକନକ ଜୀବିକାକୁ ବଞ୍ଚାଇବାକୁ ଲକ୍‌ଡାଉନ୍ କଟକଣା ଲଗାଯାଇପାରୁନାହିଁ | ସୋମବାର ଉଚ୍ଚ ନ୍ୟାୟାଳୟ ରାଜ୍ୟର ପାଞ୍ଚ ସହରରେ ଲକ୍‌ଡାଉନ୍ ଲଗାଇବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ହେଲେ ଯୋଗୀ ସରକାର ଏହି ଆଦେଶ ମାନିବା ପକ୍ଷରେ ନାହାନ୍ତି। ଯୋଗୀ କହିଛନ୍ତିକି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ମହାମାରୀର ନିୟନ୍ତ୍ରଣ ପାଇଁ କଡା କଟକଣାର ଆବଶ୍ୟକତା ରହିଛି। ସରକାର ଅନେକ ବଡ ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ। କରୋନାରୁ ଲୋକଙ୍କୁ ବଞ୍ଚାଇବା ସହିତ ଗରିବଙ୍କ ଜୀବିକା ମଧ୍ୟ ବଞ୍ଚାଇବାକୁ ପଡିବ। ତେଣୁ ସହରଗୁଡିକରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲଗାଇ ପାରିବୁ ନାହିଁ। ଲୋକେ ସ୍ଵତଃପ୍ରବୃତ ଭାବେ ଅନେକ ସ୍ଥାନରେ କଟକଣା ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ୫ ସହରରେ ଲକ୍‌ଡାଉନ୍‌ ଲଗାଇବାକୁ ଆଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟ ବାରଣାସୀ, କାନପୁର, ଗୋରଖପୁର, ଲକ୍ଷ୍ନୌ ଓ ପ୍ରୟାଗରାଜରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲଗାଇବାକୁ ଆଦେଶ ଦେଇଥିଲେ। ଏହା ପୂର୍ବରୁ କୋର୍ଟଙ୍କ ପକ୍ଷରୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଖୋଦ୍ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶ ଆଜି ରାତିରୁ ଲାଗୁ ହେବାର ଥିଲା। ଏଥିସହ ମନ୍ଦିରରେ ପୂଜା ଓ ଆୟୋଜନ ଉପରେ ମଧ୍ୟ ରୋକ୍‌ ଲଗାଇବାକୁ ଆଦେଶ ଦିଆଯାଇଥିଲା।

Breaking News