Report Card Odisha

| Daily Odia News

ଲୋକଙ୍କୁ ଖୋଜିଖୋଜି ହତ୍ୟା କରୁଛି ତାଲିବାନ,୩ କମାଣ୍ଡରଙ୍କୁ ଝୁଲାଇଲା ଫାଶୀରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନରେ ଶାନ୍ତି ବଜାୟ ରହିବ ବୋଲି କହିଥିଲା | କିନ୍ତୁ ଏବେ ଯେଉଁ ଦୃଶ୍ୟ ସାମ୍ନାକୁ ଆସୁଛି ତାହା ହୃଦୟବିଦାରକ | ଆମେରିକୀୟ ସେନାକୁ ସାହାଯ୍ୟ କରିରିଥିବା ଲୋକଙ୍କୁ ଖୋଜିଖୋଜି ହତ୍ୟା କରୁଥିବା ଜଣାପଡ଼ିଛି। ତାଲିବାନ କବଜା କରିବା ପରେ ଆମେରିକୀୟ ସୈନ୍ୟ ଏବଂ ବୈଦେଶିକ ବିଭାଗ କାବୁଲର ବିମାନବନ୍ଦରରୁ ଆମେରିକୀୟ ନାଗରିକ ତଥା ଆଫଗାନବାସୀଙ୍କୁ ସ୍ତାନାନ୍ତର କରୁଛନ୍ତି। ବର୍ଷ ବର୍ଷ ଧରି ଆମେରିକୀୟ ସେନାକୁ ସାହାଯ୍ୟ କରିଆସୁଥିବା କମାଣ୍ଡରମାନଙ୍କୁ ତାଲିବାନମାନେ ଖୋଜିଖୋଜି ହତ୍ୟା କରୁଥିବା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ନୌସେନା ସର୍ଜେଣ୍ଟ ରୟାନ୍ ରୋଜର୍ସ କହିଛନ୍ତି ଯେ, ତାଲିବାନମାନେ ଆମେରିକୀୟ ସେନାକୁ ସାହାଯ୍ୟ କରିଥିବା ୩ଜଣ କମାଣ୍ଡରଙ୍କୁ ଖୋଜି ସେମାନଙ୍କୁ ଫାଶିରେ ଝୁଲାଇ ଦେଇଛନ୍ତି। ତାଲିବାନମାନେ ଘରକୁ ଘରକୁ ବୁଲି ଆମେରିକା ସହିତ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସେମାନଙ୍କର କିଛି ଯୋଜନା ରହିଛି ବୋଲି କହି ସେମାନଙ୍କୁ ଘରୁ ଉଠାଇ ଆଣୁଛନ୍ତି। ଏହା ପରେ ସେମାନଙ୍କୁ ହତ୍ୟା କରୁଥିବା କହିଛନ୍ତି ନୌସେନା ସର୍ଜେଣ୍ଟ ରୟାନ୍ ରୋଜର୍ସ। ତାଲିବାନ ଏବେ ଆମେରିକାକୁ ସାହାଯ୍ୟ କରିଥିବା ଆଫଗାନିସ୍ତାନ ନ୍ୟାସନାଲ ଆର୍ମି ସ୍ପେଶାଲ ଫୋର୍ସ ଓ ପୁଲିସର ସ୍ୱତନ୍ତ୍ର ଫୋର୍ସ, ଭାଷାବିଶାରଦଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି।

Breaking News