ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁବତୀଙ୍କୁ ମହଙ୍ଗା ପଡ଼ିଲା ଇନଷ୍ଟାଗ୍ରାମ ପ୍ରେମ। ଇନଷ୍ଟାଗ୍ରାମରେ ଭଲ ପାଇ ପ୍ରେମିକଙ୍କୁ ଭେଟିବାକୁ ବ୍ରିଟେନରୁ ଭାରତ ଚାଲିଆସିଥିବା ଏହି ଯୁବତୀ ଶେଷରେ ନିଜ ପୁରୁଷ ବନ୍ଧୁଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଏକ ହୋଟେଲରେ ଏହି ଘଟଣା ଘଟିବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ସୂଚନା ଅନୁସାରେ, ବୁଧବାର ସକାଳ ୫ଟାରୁ ୬ଟା ମଧ୍ୟରେ ପୋଲିସ ନିକଟକୁ ଏକ ଡାକ୍ତରଖାନାରୁ ଫୋନ ଆସିଥିଲା। ଏହା ପରେ ପୋଲିସ ଟିମ ଡାକ୍ତରଖାନାରେ ପହଞ୍ଚିଥିଲା। ସେଠାରେ ସେମାନେ ଜଣେ ବ୍ରିଟିଶ ଯୁବତୀଙ୍କୁ ଭେଟିଥିଲେ, ଯିଏ ତାଙ୍କ ସହିତ ଦୁଷ୍କର୍ମ ଏବଂ ଅସଦାଚରଣ ହୋଇଥିବା କହିଥିଲେ। ଗତ ଫେବୃୟାରୀରେ ଯୁବତୀ ଜଣକ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଜଣେ ଯୁବକଙ୍କ ସହିତ ପରିଚିତ ହୋଇଥିଲେ। ଏହା ପରେ ତାଙ୍କୁ ଭେଟିବା ଲାଗି ମାର୍ଚ୍ଚ ୭ ତାରିଖରେ ଭାରତ ଆସିଥିଲେ। ସେ ପ୍ରଥମେ ଗୋଆ ବୁଲିବାକୁ ଯାଇଥିଲେ। ସେଠାରୁ ମାର୍ଚ୍ଚ ୧୧ ରେ ଦିଲ୍ଲୀ ଆସିଥିଲେ। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ମହିପାଲପୁରରେ ଏକ ହୋଟେଲରେ ସେ ରହିଥିଲେ। ସେଠାକୁ ତାଙ୍କୁ ଭେଟିବା ଲାଗି ତାଙ୍କ ପୁରୁଷ ବନ୍ଧୁ ଆସିଥିଲେ। କିନ୍ତୁ ପୁରୁଷ ବନ୍ଧୁ ଜଣକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହା ପରେ ମହିଳା ଜଣକ ହୋଟେଲରୁ ବାହାରି ଚାଲିଆସିଥିଲେ। ମାତ୍ର ଏହି ସମୟରେ ହୋଟେଲର ଜଣେ କର୍ମଚାରୀ ଙ୍କୁ ଅସଦାଚରଣ କରିଥିଲେ। ପରେ ମହିଳା ଜଣକ ଡାକ୍ତରଖାନାକୁ ଯାଇଥିଲେ। ସେଠାରୁ ସେ ପୋଲିସ କୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ପୋଲିସ ଅଭିଯୁକ୍ତି ପ୍ରେମିକ ଏବଂ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଛି।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……