Report Card Odisha

| Daily Odia News

ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ଏଲପିଜି ମୂଲ୍ୟ ୧୦୫ ଟଙ୍କା ବଢିଛି। ତେବେ ଏହି ବର୍ଦ୍ଧିତ ମୂଲ୍ୟ କମର୍ସିଆଲ ସିଲିଣ୍ଡର ପାଇଁ ଲାଗୁ ହୋଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଘରେ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡର ମୂଲ୍ୟ ୬ ଅକ୍ଟୋବର ୨୦୨୧ ପରଠାରୁ ଅପରିବର୍ତ୍ତିତ ରହିଛି। ଅକ୍ଟୋବର ଠାରୁ ସିଲିଣ୍ଡର ମୂଲ୍ୟ ଶସ୍ତା କିମ୍ବା ମହଙ୍ଗା ହୋଇନାହିଁ। ଅବଶ୍ୟ, ଏହି ସମୟରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୨ ଡଲାର ଅତିକ୍ରମ କରିଛି। ଅକ୍ଟୋବର ୨୦୨୧ରୁ ୧ ଫେବ୍ରୁଆରୀ ୨୦୨୨ ମଧ୍ୟରେ କମର୍ସିଆଲ ବା ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୧୭୦ ଟଙ୍କା ବୃଦ୍ଧି ପାଇଛି। ଅକ୍ଟୋବର ୧ ରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୭୩୬ ଟଙ୍କା ଥିବାବେଳେ ନଭେମ୍ବରରେ ଏଥିରେ ବୃଦ୍ଧି ଘଟି ୨୦୦୦ ଟଙ୍କାରେ ପହଞ୍ଚିଥିଲା। ଜାନୁଆରୀରେ ଏବଂ ଫେବ୍ରୁଆରୀ ୨୦୨୨ ରେ ଏଲପିଜି ମୂଲ୍ୟ କମି ୧୯୦୭ ଟଙ୍କାରେ ପହଞ୍ଚିଥିଲା। ତେବେ ଆଜିଠାରୁ ପୁଣି ୧୯ କିଲୋଗ୍ରାମର ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୦୭ ଟଙ୍କା ବଦଳରେ ୨୦୧୨ ଟଙ୍କାକୁ ବୃଦ୍ଧି ପାଇଛି। ସେପଟେ ୫ କିଲୋଗ୍ରାମ ସିଲିଣ୍ଡର ଦରରେ ମଧ୍ୟ ବୃଦ୍ଧି ହୋଇଛି। ସିଲିଣ୍ଡର ପିଛା ୨୭ ଟଙ୍କା ବଢ଼ିଛି। ଦିଲ୍ଲୀରେ ୫ କିଲୋ ସିଲିଣ୍ଡରର ଦାମ୍‌ ୫୬୯ ଟଙ୍କାରେ ପହଞ୍ଚିଛି। ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କିନ୍ତୁ କୌଣସି ବୃଦ୍ଧି ହୋଇନାହିଁ। ମାର୍ଚ୍ଚ ୭ ପରେ ଘରୋଇ ଏଲପିଜି ସିଲିଣ୍ଡର ମଧ୍ୟ ବଢିପାରେ ବୋଲି ଆଶଙ୍କା ରହିଛି।

 

 

Breaking News