ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ସବୁଜ ବିପ୍ଳବର ଜନକ ଭାବରେ ଜଣାଶୁଣା କୃଷି ବୈଜ୍ଞାନିକ ଏମ.ଏସ୍ ସ୍ୱାମୀନାଥନ ପରଲୋକ ହୋଇଛି | ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ସେ ଆଜି ଚେନ୍ନାଇ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ଷାଠିଏ ଦଶକରେ ଭାରତକୁ ଦୁର୍ଭିକ୍ଷ ପରି ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ସ୍ୱାମୀନାଥନ ତାଙ୍କ ନୀତି ମାଧ୍ୟମରେ ଏକ ସାମାଜିକ ବିପ୍ଳବ ଆଣିଥିଲେ। ସେ ଏମ୍ଏସ୍ ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରିଥିଲେ ଏବଂ ଅଧିକ ଅମଳକ୍ଷମ ଗହମ ମଞ୍ଜି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ଯାହା ଭାରତରେ ସବୁଜ ବିପ୍ଳବ ସୃଷ୍ଟି କରିଥିଲା। ସେ ୧୯୭୨ରୁ ୧୯୮୦ ମଧ୍ୟରେ ଭାରତୀୟ କୃଷି ଅନୁସନ୍ଧାନ କେନ୍ଦ୍ରର ମହାନିର୍ଦ୍ଦେଶକ ଏବଂ ୧୯୮୨ରୁ ୧୯୮୮ ମଧ୍ୟରେ ଆନ୍ତର୍ଜାତୀୟ ଧାନ ଅନୁସନ୍ଧାନ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଥିଲେ।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..