ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର ନବରାତ୍ରିର ତୃତୀୟ ଦିନ | ମା’ ଦୁର୍ଗାଙ୍କ ୯ ସ୍ୱରୂପର ପୂଜାର୍ଚ୍ଚନା କରାଯାଇଥାଏ। ଅକ୍ଟୋବର ୭ ତାରିଖରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ଏଥର ନବରାତ୍ରି ୮ ଦିନ ପଡିବ। ତୃତୀୟ ଓ ଚତୁର୍ଥ ନବରାତ୍ରି ଶନିବାର ଦିନ ଏକାସାଙ୍ଗେ ପଡୁଛି। ୯ ତାରିଖ, ଶନିବାର ସକାଳ ୭ଟା ୩୮ ମିନିଟ ଯାଏଁ ତୃତୀୟା ତିଥି ଓ ଏହାପରେ ଚତୁର୍ଥୀ ତିଥି ଲାଗିବ। ତୃତୀୟା ତିଥିରେ ମା’ଙ୍କ ତୃତୀୟ ସ୍ୱରୂପ ମା’ ଚନ୍ଦ୍ରଘଣ୍ଟା ଓ ଚତୁର୍ଥୀ ତିଥିରେ ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ। ଜାଣନ୍ତୁ ପୂଜା ବିଧି – ସ୍ନାନ ସାରି ପୂଜା ସ୍ଥାନରେ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରିବେ। ଏହାପରେ ପୂଜା ସ୍ଥାନରେ ଦୀପ ପ୍ରଜ୍ବଳିତ କରିବେ। ମା’ ଦୁର୍ଗାଙ୍କୁ ଗଙ୍ଗାଜଳରେ ଅଭିଷେକ କରିବେ। ମା’ଙ୍କୁ ଅକ୍ଷତ, ସିନ୍ଦୁର, ଲାଲ ଫୁଲ ଅର୍ପଣ କରିବେ। ପ୍ରସାଦରେ ଫଳ ଓ ମିଠା ଭୋଗ କରିବେ। ଧୂପ ଓ ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା’ଙ୍କ ଆଳତୀ କରିବେ।
Discussion about this post