ରିପୋର୍ଟ କାର୍ଡ / ଭୋପାଳ
ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସ୍ମୃତିରେ ଆସନ୍ତା ନଭେମ୍ବର ୧୫ରେ ମଧ୍ୟପ୍ରଦେଶରେ ପାଳନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସରେ ଯୋଗ ଦେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ଭୋପାଳରେ ୪ ଘଣ୍ଟା ଓ ଯେଉଁଠି ଇଭେଣ୍ଟ ଆୟୋଜନ ହେବ ସେଠାରେ ୧ ଘଣ୍ଟା ୧୫ ମିନିଟ୍ ରହିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ୫ଟି ଗମ୍ଭୁଜ ନିର୍ମାଣ କରାଯାଉଛି | ଜମ୍ବୁରି ମୈଦାନରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣକୁ ସମ୍ବୋଧନ କରିବା ସହ ଜମ୍ବୁରି ମୈଦାନ ସହରରେ ଦେଶର ପ୍ରଥମ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରଶିପ୍ରେ ନିର୍ମିତ ହବିବଗଞ୍ଜ ରେଲ୍ୱେ ଷ୍ଟେସନକୁ ଲୋକଙ୍କୁ ଉତ୍ସର୍ଗ କରିବେ। ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ହବିବଗଞ୍ଜ ରେଲ୍ୱେ ଷ୍ଟେସନକୁ ବିକଶିତ କରାଯାଇଛି। ସବୁଠାରୁ ବଡ଼ କଥା, ମଧ୍ୟପ୍ରଦେଶରେ ଆୟୋଜନ ହେବାକୁ ଥିବା ଏହି ବଡ଼ ଇଭେଣ୍ଟରେ ମଧ୍ୟପ୍ରଦେଶ ସରକାର ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି। ଏଥିମଧ୍ୟରୁ କେବଳ ୧୩ କୋଟି ଟଙ୍କା ଟ୍ରାନ୍ସପୋର୍ଟିଂରେ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଜମ୍ବୁରି ମୈଦାନରେ ଆୟୋଜନ ହେବାକୁ ଥିବା ଏହି ଇଭେଣ୍ଟରେ ୨ ଲକ୍ଷ ଆଦିବାସୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ଅବସରରେ ଜମ୍ବୁରି ମୈଦାନକୁ ଆଦିବାସୀ କଳାକୃତି ଓ ଆଦିବାସୀ କିମ୍ବଦନ୍ତୀଙ୍କ ଫଟୋ ଇତ୍ୟାଦିରେ ଅତି ସୁନ୍ଦର ଭାବେ ସଜା ଯାଉଛି। ଏହିସବୁ କାର୍ଯ୍ୟରେ ୩୦୦ରୁ ଅଧିକ ଲୋକ ନିୟୋଜିତ ହୋଇଛନ୍ତି। ଏହାସହ ଆଦିବାସୀଙ୍କ ପାଇଁ ଏକ ବଡ଼ ପେଣ୍ଡାଲ୍ ନିର୍ମାଣ କରାଯାଇଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..