ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଜଗତ୍ଜନନୀ ମା ଦୁର୍ଗାଙ୍କର ମହାଷ୍ଟମୀ ପୂଜା | ମଣ୍ଡପ ଗୋଡ଼ିକରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି | କରୋନା କଟକଣା ମଧ୍ୟରେ ଶାରଦୀୟ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି। ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ | ଭକ୍ତ ଆଉ ମା ଙ୍କ ମଝିରେ ପାଚେରୀ ହୋଇଛି କରୋନା କଟକଣା | ଏବର୍ଷ ବି କରୋନା କଟକଣା ଲଗାଇଛନ୍ତି ସରକାର । କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇ ପଡିଛି । କରୋନା କଟକଣା ଯୋଗୁ ଏଥର ସେଭଳି ଉତ୍ସାହ ନାହିଁ |ମଣ୍ଡପରେ ପୂଜକଙ୍କୁ ମିଶାଇ ସର୍ବାଧିକ ୭ ଜଣ ରହିପାରିବେ । ଭକ୍ତଙ୍କୁ ଦର୍ଶନ ମନା । ପୂଜା ପେଣ୍ଡାଲର ତିନି ପାର୍ଶ୍ୱକୁ ଆବଦ୍ଧ କରି ଦିଆଯାଇଛି । ସାମନା ପଟକୁ ପରଦା ଦ୍ୱାରା ଢାଙ୍କି ଦିଆଯାଇଛି । କିଛି ପୂଜା ମଣ୍ଡପ ମାଆଙ୍କର ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ।
More Stories
ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ……
୨୧ରୁ ମାଟ୍ରିକ୍ ପରୀକ୍ଷା,ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ…..
୧୨ରେ ସର୍ବଦଳୀୟ ବୈଠକ….