ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଜଗତ୍ଜନନୀ ମା ଦୁର୍ଗାଙ୍କର ମହାଷ୍ଟମୀ ପୂଜା | ମଣ୍ଡପ ଗୋଡ଼ିକରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି | କରୋନା କଟକଣା ମଧ୍ୟରେ ଶାରଦୀୟ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି। ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ | ଭକ୍ତ ଆଉ ମା ଙ୍କ ମଝିରେ ପାଚେରୀ ହୋଇଛି କରୋନା କଟକଣା | ଏବର୍ଷ ବି କରୋନା କଟକଣା ଲଗାଇଛନ୍ତି ସରକାର । କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇ ପଡିଛି । କରୋନା କଟକଣା ଯୋଗୁ ଏଥର ସେଭଳି ଉତ୍ସାହ ନାହିଁ |ମଣ୍ଡପରେ ପୂଜକଙ୍କୁ ମିଶାଇ ସର୍ବାଧିକ ୭ ଜଣ ରହିପାରିବେ । ଭକ୍ତଙ୍କୁ ଦର୍ଶନ ମନା । ପୂଜା ପେଣ୍ଡାଲର ତିନି ପାର୍ଶ୍ୱକୁ ଆବଦ୍ଧ କରି ଦିଆଯାଇଛି । ସାମନା ପଟକୁ ପରଦା ଦ୍ୱାରା ଢାଙ୍କି ଦିଆଯାଇଛି । କିଛି ପୂଜା ମଣ୍ଡପ ମାଆଙ୍କର ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….