ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ପବିତ୍ରର ମହାଶିବରାତ୍ରି | ପ୍ରତ୍ୟେକବର୍ଷ ଫାଲଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ମହାଶିବରାତ୍ରି ପାଳନ କରାଯାଇଥାଏ। ଏହି ପର୍ବ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଭାବେ ପାଳନ କରାଯାଏ। ମହାଶିବରାତ୍ରି ଶିବ ଓ ଶକ୍ତିଙ୍କ ମିଳନର ପର୍ବ। ଧାର୍ମିକ ବିଶ୍ୱାସ ଅନୁସାରେ ଶିବରାତ୍ରି ଦିନ ବ୍ରତ ପାଳନ କଲେ ସବୁ କଷ୍ଟ ଦୂର ହୋଇଥାଏ। ଶିବରାତ୍ରି ଦିନ ରାତିରେ ପୂଜା କରିବା ସବୁଠାରୁ ଅଧିକ ଫଳଦାୟୀ ହୋଇଥାଏ। ଏହିଦିନ ବିଶେଷ ସାମଗ୍ରୀ ସହ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ହୋଇଥାଏ। ପୂଜାରେ ପୁଷ୍ପ, ବେଲପତ୍ର, ଭାଙ୍ଗ, ଜବ, ମନ୍ଦାର, ଦୁଦୁରା ଫୁଲ, କଞ୍ଚା କ୍ଷୀର, ଆଖୁ ରସ, କେତକୀ ଫୁଲ, ମହୁ, ଦେଶୀ ଘିଅ, ଗଙ୍ଗା ଜଳ, କର୍ପୁର, ଧୂପ, ଦୀପ, ଚନ୍ଦନ, ଫଳ, ପଞ୍ଚାମୃତ, ଶିବ ଓ ମାତା ପାର୍ବତୀଙ୍କ ଶୃଙ୍ଗାର ସାମଗ୍ରୀ, ବସ୍ତ୍ରଭୂଷଣ, ରତ୍ନ, ମିଠା, ଦକ୍ଷିଣା ଆଦି ଅର୍ପଣ କରାଯାଇଥାଏ। ପ୍ରଚଳିତ କଥା ଅନୁସାରେ ଶିବ ଓ ମାତା ପାର୍ବତୀଙ୍କ ମିଳନର ରାତି ଭାବେ ପାଳନ କରାଯାଇଥାଏ। ଏହିଦିନ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ। ଆଉ ଏକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭୋଳାନାଥ ୬୪ ଶିବଲିଙ୍ଗ ରୂପରେ ସଂସାରରେ ପ୍ରକଟ ହୋଇଥିଲେ। ଏଥିରୁ ଲୋକେ ୧୨ଟି ଶିବଲିଙ୍ଗ ହିଁ ଖୋଜି ପାଇଛନ୍ତି। ଏହି ୧୨ ଶିବଲିଙ୍ଗ ହେଲା ଦେଶର ୧୨ ଜ୍ୟୋତିର୍ଲିଙ୍ଗ। ହିନ୍ଦୁ ଶାସ୍ତ୍ର ଅନୁସାରେ ଚତୁର୍ଦଶୀ ରାତିରେ ଚାରିଥର ମହାଶିବରାତ୍ରି ପୂଜା କରାଯାଇଥାଏ। ଏହି ୪ ସମୟକୁ ଚାରି ପ୍ରହାର କୁହାଯାଏ। ଏହି ସମୟରେ ପୂଜା କଲେ ବ୍ୟକ୍ତି ପାପରୁ ମୁକ୍ତି ପାଇଥାଏ ଏବଂ ମୋକ୍ଷ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ଶିବ ପୂଜା ରାତି ସମୟରେ କରିବା ଅନିବାର୍ଯ୍ୟ ବୋଲି କୁହାଯାଏ। ଆର ଦିନ ଅର୍ଥାତ ଚତୁର୍ଦଶୀ ତିଥିରେ ସମାପ୍ତ ହେବା ପୂର୍ବରୁ ସୂର୍ଯ୍ୟୋଦୟ ପରେ ବ୍ରତ ସମାପନ କରାଯିବା ଉଚିତ।
More Stories
ଉତ୍ତମ ଗୁଣସମ୍ପନ୍ନ ହୋଇପାରନ୍ତି….
ଆଦର୍ଶବାଦୀ ହେବେ…..
ଆଜି ନୂଆଁଖାଇ….