Report Card Odisha

| Daily Odia News

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଚାଲିଛି ମହାଦେବଙ୍କ ପୂଜାର୍ଚ୍ଚନା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପବିତ୍ର ମହାଶିବରାତ୍ରୀ। ଏହି ଉପଲକ୍ଷେ ରାଜ୍ୟର ଶୈବ ପୀଠ ଗୋଡ଼ିକରେ ଚାଲିଛି ମହାଦେବଙ୍କ ପୂଜାର୍ଚ୍ଚନା। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି। ବାବା ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ସେହିପରି ପୁରୀ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ଚିହ୍ନ ଦେବାକୁ ଯାଇ ଗାର ଟାଣିଛି ପ୍ରଶାସନ । ଭୋର୍ ୪ଟାରେ ଏଠି ଉଠିବ ମହାଦୀପ। କଟକର ଧବଳେଶ୍ୱର ପୀଠରେ କିନ୍ତୁ ଏବର୍ଷ ଜାଗର ଯାତ୍ରାରେ ଲାଗିବନି ଗହଳି ଚହଳି । ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ଭକ୍ତମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହେବେ । ମନ୍ଦିର ଭିତରେ ଧବଳେଶ୍ୱରଙ୍କ ନୀତିକାନ୍ତି ସ୍ୱାଭାବିକ ଭାବେ କରାଯିବା ସହ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ଏଠାରେ ରାତି ଗୋଟାଏରେ ଉଠିବ ମହାଦୀପ। ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠରେ ବି ଏଥର ବିନା ଭକ୍ତରେ ହେବ ଜାଗର ଯାତ୍ରା। ଗହଳି ଏଡ଼ାଇବାକୁ ଜାରି ହୋଇଛି ୧୪୪ ଧାରା। ଢେଙ୍କାନାଳର କପିଳାସ ପୀଠରେ ରାଜ୍ୟ ଓ ଜିଲ୍ଲା ବାହାର ଭକ୍ତଙ୍କୁ ବାରଣ କରାଯାଇଛି॥ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଜିଲ୍ଲା ଭିତରର ଭକ୍ତ ମନ୍ଦିର ଭିତରକୁ ଯାଇପାରିବେ । ଏଠାରେ ଭୋର ସାଢେ ୪ଟାରେ ମହାଦୀପ ଉଠିବ।

Breaking News