ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁର୍ଗତିନାଶିନୀଙ୍କ ଆବାହନରେ ଆଜି ପ୍ରବିତ ମହାଷ୍ଟମୀ | ଚତୁର୍ଦିଗ ପ୍ରତମ୍ପିତ ହେଉଛି ମନ୍ତ୍ର ପାଠରେ । ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ। ଶକ୍ତିପୀଠରେ ଜଗତଜନନୀଙ୍କର ମହାନବମୀ ପୂଜା। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ଶକ୍ତିପୀଠ। ଆଜି ମହାଷ୍ଟମୀରେ ତାରିଣୀ ପୂଜା, ସନ୍ଧିପୂଜା ପରେ ଅଷ୍ଟମୀ ପୂଜା କରାଯିବାର ନୀତି ରହିଛି। ବିଶେଷ କରି ମହିଳାମାନେ ଆଜି ଅଷ୍ଟମୀ ବ୍ରତ ପାଳନ କରିଥାନ୍ତି | ରଖି ମା’ଙ୍କ ପାଖରେ ବ୍ରତ, ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜାର୍ଚ୍ଚନା କରିଥାଆନ୍ତି। ମାଆଙ୍କ ଆବାହନକୁ ନେଇ ସବୁଠି ଆଧ୍ୟାତ୍ମିକ ପରିବେଶ, ସବୁଠି ଉତ୍ସବର ମାହୋଲ। ଭକ୍ତି ଭାବରେ ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ସେହିପରି ଶକ୍ତିପୀଠରେ ଆଜି ଦୁର୍ଗତିନାଶିନୀଙ୍କର ମହାନବମୀ ପୂଜା। ସକାଳୁ ସକାଳୁ ମା’ଙ୍କର ସୂର୍ଯ୍ୟ ପୂଜା, ଦ୍ୱାର ପୂଜା, ଷୋଡ଼ଶ ଉପଚାର ପୂଜା ସହ ଦୁର୍ଗା ସପ୍ତସ୍ତୁତି ପାଠ ନୀତିକାନ୍ତି ହୋଇଥାଏ। ଏହାପରେ ହେବ ମହାନବମୀ ହୋମଯଜ୍ଞ କରାଯିବ। ନବମୀ ପାଇଁ ଚଣ୍ଡିପାଠରେ ଫାଟି ପଡୁଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ। ଦେବୀଙ୍କ ଦର୍ଶନ କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ବି ଜମିଛି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..