ରିପୋର୍ଟ କାର୍ଡ / ସମ୍ବଲପୁର
ମହାନଦୀରେ ଗାଧୋଇଲା ବେଳେ ଗୋଟିଏ ପରିବାରର ୩ ଜଣ ବୁଡିଯାଇଥିଲେ । ବାପା, ପୁଅର ଉଦ୍ଧାର ହୋଇଥିଲେବି ମେଡ଼ିକାଲରେ ମୃତ୍ୟୁ ହୋଇଛି । ଆଉ ଝିଅର ପତ୍ତା ବର୍ତ୍ତମାନ ଶୁଦ୍ଧ ମିଳିପାରିନାହିଁ । ଆଜି ପୁଣି ସ୍କୁବା ଡ୍ରାଇଭର ପୁଣି ଖୋଜିବା ପାଇଁ ଅପରେସନ ଜାରିକରିବେ | ସୂଚନା ଅନୁସାରେ- ଗତକାଲି ମହାନଦୀରେ ଗାଧୋଉଥିବାବେଳେ ସମ୍ବଲପୁର ଦଳେଇପଡ଼ାଠାରେ ବାପା, ପୁଅ ଓ ଝିଅ ଭାସି ଯାଇଥିଲେ। ତେବେ ବାପା ଅଲତାଭ ଓ ୧୫ ବର୍ଷୀୟ ପୁଅ ମହମ୍ମଦ ଅଫତାବଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। କାଲିଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ରାତି ପାଇଁ ବନ୍ଦ ରହିଥିଲା। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଉଛି। ସ୍ଥାନୀୟ ମତ୍ସ୍ୟଜୀବୀ, ଅଗ୍ନଶମ ବାହିନୀ ଓ ସ୍କୁବା ଡାଇଭରଙ୍କ ଉଦ୍ଧାର ଉଦ୍ୟମରେ ସାମିଲ ହୋଇଛନ୍ତି। ଏଯାଏ ନିଖୋଜ ୧୨ ବର୍ଷୀୟା ଝିଅ। ରୁକସାନା ବେଗମଙ୍କର ପତ୍ତା ମିଳିନି। ତାଙ୍କୁ ଖୋଜିବା ଲାଗି ଆଜି ସକାଳୁ ଅଗ୍ନିଶମ ବାହିନୀ ପ୍ରସ୍ତୁତି ଆରମ୍ଭ କରିଛି। ଏଠାକାର ମତ୍ସ୍ୟଜୀବୀ ପୁଅ ଓ ବାପାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ବାପ-ପୁଅଙ୍କର ମୃତ୍ୟୁ ହୋଇଛି |






More Stories
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..