Report Card Odisha

| Daily Odia News

ଆସିଲା ମାହାଙ୍ଗା ଗଣହତ୍ୟା ମାମଲାର ଶବବ୍ୟବଚ୍ଛେଦ ରିପୋର୍ଟ…..

ରିପୋର୍ଟ କାର୍ଡ / ମାହାଙ୍ଗା

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ ୫ ମୃତକଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ଶବ ଗୁଡିକର ଦେହର ବିଭିନ୍ନ ଅଙ୍ଗରେ କ୍ଷତ ଚିହ୍ନ ରହିଥିବା କୁହାଯାଇଛି । ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ର ବ୍ୟବହାର ହୋଇଥିବା କ୍ଷତରୁ ସ୍ପଷ୍ଟ ଚିହ୍ନଟ ହୋଇଛି । ତାହା ସହ ହତ୍ୟାକାଣ୍ଡ ସମୟରେ ସମସ୍ତ ବ୍ୟକ୍ତି ପ୍ରତିରୋଧ କରିଥିବା ମଧ୍ୟ ରିପୋର୍ଟରେ ସୂଚନା ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ହତ୍ୟା ବେଳେ ବିଷକ୍ରିୟା ଜନିତ ମୃତ୍ୟୁ ନେଇ କୌଣସି ସୂଚନା ଦିଆଯାଇନାହିଁ । ଏନେଇ କଟକ ଗ୍ରାମାଞ୍ଚଳ ପୁଲିସ ସୂଚନା ଦେଇଛି । ସୂଚନାଥାଉକି ଗତ ୧୨ତାରିଖରେ ମାହାଙ୍ଗା କୁସୁପୁରରେ ଗଣହତ୍ୟା ହୋଇଥିଲା । ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଥିଲା ସାନଭାଇ । ଅଭିଯୁକ୍ତ ସାନଭାଇ ଶିବ ସାହୁ ବଡ଼ଭାଇର ପୁରା ପରିବାର ଅର୍ଥାତ୍‌ ବଡ଼ ଭାଇ, ଭାଉଜ, ଝିଆରୀ ଓ ଦୁଇ ପୁତୁରାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାନ ଭାଇ ଘରେ ତାଲା ପକାଇ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ଅଭିଯୁକ୍ତ ଶିବ ପ୍ରସାଦ ସାହୁ ଏକ ଭିଡିଓ କରି ହତ୍ୟା କରିଥିବା ସ୍ୱୀକାର କରିଥିଲା ।

 

Breaking News