Report Card Odisha

| Daily Odia News

କଡେଇରେ ରନ୍ଧାଯାଉଛି ମହାପ୍ରସାଦ, ଏହା ପରମ୍ପରା ବିରୋଧୀ……

ରିପୋର୍ଟ କାର୍ଡ / ପୁରୀ

ମହାପ୍ରଭୁଙ୍କ ପାଖରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। ଶ୍ରୀକ୍ଷେତ୍ରରେ କୁଡୁଆରେ ରନ୍ଧାଯିବା ଓ ଭୋଗ ଲାଗିବା ହେଉଛି ସ୍ୱତନ୍ତ୍ର। ହେଲେ ମହାମାରୀ କରୋନା ପରେ କୁଡୁଆର ଅଭାବ ଦେଖାଦେବାରୁ କିଛି ସୁଆର ଓ ମହାସୁଆର ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଯାହାକୁ ବିରୋଧ କରିଛି ସୁଆର ଓ ମହାସୁଆର ନିଯୋଗ। ଏହା ପରମ୍ପରା ବିରୋଧୀ ବୋଲି ନିଯୋଗ କହିଛି। ଶ୍ରୀମନ୍ଦିରରେ କୁଡୁଆରେ ରନ୍ଧାଯାଏ ଓ ଗର୍ଭଗୃହରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। କିନ୍ତୁ ଏବେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ସୁଆର ଓ ମହାସୁଆର ସେବକମାନେ ଲୁହା କଡେଇରେ ରାନ୍ଧୁଛନ୍ତି। ଯାହାକି ପରମ୍ପରା ବିରୋଧୀ। ଯାହାକୁ ନେଇ ସୁଆର ଓ ମହାସୁଆର ନିଯୋଗ ତରଫରୁ ନୋଟିସ୍‌ ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଛି।

Breaking News