ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଛି। ଆଜି ସୁପ୍ରମକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି | ଇଡି ଗିରଫଦାରୀ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ। ସିବିଆଇ ପଞ୍ଜିକୃତ ମାମଲାରେ କେଜ୍ରିଓ୍ବାଲଙ୍କୁ ଏହି ଜାମିନ ମିଳିଛି। ୧୦ ଲକ୍ଷ ଟଙ୍କାର ଜମା ରାଶି ବଦଳରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଜେଲ୍ରୁ ମୁକୁଳିବା ପରେ କେଜ୍ରିୱାଲ କୌଣସି ଫାଇଲ୍ ଉପରେ ଦସ୍ତଖତ କରି ପାରିବେନି। ଏଥିସହ କେଜ୍ରିୱାଲଙ୍କ କାର୍ଯ୍ୟାଳୟ ଯିବା ଉପରେ ବି ଲାଗିଛି ରୋକ୍। ଏଥିସହ ଏହି ମାମଲାରେ ସେ କୌଣସି ବୟାନ ବା ଟିପ୍ପଣୀ ସାର୍ବଜନିକ ସ୍ଥାନରେ କରିପାରିବେନି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..