ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି | ୨୪ ଘଣ୍ଟା ମଧ୍ୟରେ ୭୨,୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଲୋକେ କେତେକ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରୁ ନ ଥିବାରୁ ସ୍ଥିତି ଧୀରେଧୀରେ ଅସମ୍ଭାଳ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ନାସିକ୍ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ବଜାର ଯାଉଥିବା ଲୋକଙ୍କୁ ୫ ଟଙ୍କାର ପ୍ରବେଶ ଶୁଳ୍କ ଦେବାକୁ ପଡୁଛି। ଯଦି ସମ୍ପୃକ୍ତ ବ୍ୟକ୍ତି ୧ ଘଣ୍ଟାରୁ ଅଧିକ ସମୟ ବଜାରରେ ରହୁଛନ୍ତି ତେବେ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡୁଛି। ଏହାଦ୍ୱାରା ଅମାନିଆଙ୍କ ଉପରେ ଅଙ୍କୁଶ ଲଗାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
More Stories
ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇବ ପାକିସ୍ତାନ….
ଶିଶୁ ବାଟିକାରୁ ଦଶମ ୨୦ରୁ ମଧ୍ୟାହ୍ନ ଭୋଜନ…..
ଝାଡାବାନ୍ତି ପାଇଁ ସବୁ ଜିଲ୍ଲାକୁ ଆଲର୍ଟର ରହିବାକୁ ନିର୍ଦ୍ଦେଶ…..