ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ଭୂତାଣୁ ଠାରୁ ରକ୍ଷା ପାଇବାପାଇଁ ଟିକା ମନବସମାଜକୁ ଦିଆଯାଉଛି | ପଶୁମାନେ ବି ଏହି ମହାମାରୀ ଭୂତାଣୁ ଦ୍ବାରା ସଂକ୍ରମିତ ହେଉଛନ୍ତି | ଏହି ପଶୁମାନଙ୍କୁ କରୋନା ସଂକ୍ରମଣ ରୁ ରକ୍ଷା ପାଇଁ ବିଶ୍ବର ପ୍ରଥମ କୋଭିଡ୍ ଟୀକା ରୁଷିଆରେ ବିକଶିତ ହୋଇଥିବା ଜଣାଯାଇଛି। କରୋନାଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତ ସଦ୍ୟ ରିପୋର୍ଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପଶୁଙ୍କ ଦେହରୁ ମନୁଷ୍ୟ ଶରୀରକୁ ସଂକ୍ରମଣ ବ୍ୟାପିଛି ବୋଲି ସ୍ପଷ୍ଟ କରିବା ସହ ଏଥି ପାଇଁ ଚିନ୍ତା ପ୍ରକଟ କରିଥିବା ବେଳେ ପଶୁଙ୍କ ପାଇଁ ରୁଷିଆର ଏହି କାର୍ଣ୍ଣିଭାକ୍-କୋଭ୍ ନାମକ ଟିକାର ବିକାଶ ଗୁରୁତ୍ବ ବହନ କରୁଛି। ସୂଚନାନୁଯାୟୀ, ଗତ ଅକ୍ଟୋବର ମାସରୁ ବିଭିନ୍ନ ପଶୁଙ୍କ ଠାରେ ରୁଷିଆ ଚଳାଇଥିବା ନୈଦାନିକ ପରୀକ୍ଷଣରେ କୁକୁର, ବିରାଡ଼ି, କୋକଶିଆଳି ଓ ମିଙ୍କ୍ ପରି ପ୍ରାଣୀଙ୍କ ଠାରେ କରୋନାବିରୋଧୀ ଆଣ୍ଟିବଡି ବିକଶିତ ହୋଇଥିବା ସ୍ପଷ୍ଟ ହୋଇଛି। ଫଳରେ ଟିକାକରଣ ଦ୍ବାରା ବିଭିନ୍ନ ପଶୁଙ୍କୁ କରୋନାଭୂତାଣୁ ଦାଉରୁ ମୁକ୍ତ ରଖିବା ସହ ଏହାର ରୂପାନ୍ତରୀକରଣକୁ ମଧ୍ୟ ପ୍ରତିରୋଧ କରିହେବ ବୋଲି ରୁଷୀୟ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି। ଏଥି ସହିତ ଏହି ଟିକାର ଗଣପ୍ରସ୍ତୁତି ଚଳିତ ମାସରେ ଆରମ୍ଭ ହେବ ବୋଲି ରୁଷିଆ ଘୋଷଣା କରିଛି।
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..