ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ଦ୍ବିତୀୟ ଲହରରେ ଶିଶୁ ଏବଂ କିଶୋର ମାନେ ଅଧିକ ସଂକ୍ରମିତ ହେଉଛନ୍ତି । ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଅଧିକାଂଶ ଶିଶୁ ଏବଂ କିଶୋର ହିଁ ରହିଛନ୍ତି । ମହାରାଷ୍ଟ୍ର ରାଜ୍ୟରେ ମାର୍ଚ୍ଚ ମାସରେ କେବଳ ୬ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାର୍ଚ୍ଚରେ ମହାରାଷ୍ଟ୍ରରେ ୧୦ ବର୍ଷ ବୟସ ମଧ୍ୟରେ ୧୫,୫୦୦ ଶିଶୁ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟରେ ମୋଟ୍ ପଜିଟିଭ୍ ମାମଲାର ୧୦ ପ୍ରତିଶତ। ଗତ ଜାନୁଆରିରେ ରାଜ୍ୟରେ ୧୦ ବର୍ଷ ବୟସ ମଧ୍ୟରେ ପ୍ରାୟ ୨,୦୦୦ ଜଣ ସଂକ୍ରମିତ ହୋଇଥିଲେ ଏବଂ ଫେବ୍ରୁଆରିରେ ୨,୭୦୦ ଜଣ ସଂକ୍ରମିତ ହୋଇଥିଲେ। ଅନ୍ୟପକ୍ଷେ ୧୧-୨୦ ବର୍ଷ ବୟସ ମଧ୍ୟରେ ୫୫ ହଜାର ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହା ମୋଟ୍ ପଜିଟିଭ୍ ମାମଲାର ୧୧ ପ୍ରତିଶତ। ୩୧ରୁ ୪୦ ବର୍ଷ ବୟସ ମଧ୍ୟରେ ସଂକ୍ରମଣ ସର୍ବାଧିକ ରହିଛି। ୪୧-୫୦ ବର୍ଷ ମଧ୍ୟରେ ୧୮ ପ୍ରତିଶତ ଏବଂ ୨୧-୩୦ ବର୍ଷ ମଧ୍ୟରେ ୧୭ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗୋଟିଏ ପଟେ ଜାତୀୟ ପଜିଟିଭ୍ ହାର ୫.୫ ପ୍ରତିଶତ ରହିଥିବା ବେଳେ ମହାରାଷ୍ଟ୍ରରେ ପଜିଟିଭ୍ ହାର ୨୩ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୯,୫୪୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୨୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ ଲହର ସମୟରେ ରାଜ୍ୟରେ ୫.୦୩ ଲକ୍ଷରୁ ଅଧିକ ସଂକ୍ରମଣ ଥିଲା ଏବଂ ୧୨,୦୨୪ ଜଣଙ୍କ ମୃତ୍ୟୁ ହୋଇଥିଲା।
More Stories
ପରାକ୍ରମ ଦେଖାଇଲା ନୌବାହିନୀ…..
ସେନା ପୋଷ୍ଟ ଉପରେ ଆକ୍ରମଣ…..
ଅନ୍ୟ ଦଳରୁ ନେତା ଆଣି ବିଜେଡି ଭୁଲ କରିଛି…..