Report Card Odisha

| Daily Odia News

ଶେଷରେ ଗୃହମନ୍ତ୍ରୀ ପଦରୁ ଇସ୍ତପା ଦେଲେ ଅନିଲ ଦେଶମୁଖ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ସୂଚନା ମିଳିଛି। ମୁମ୍ବଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ ଉପରେ ବମ୍ବେ ହାଇକୋର୍ଟ ସୋମବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିସିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବାର କିଛି କ୍ଷଣ ମଧ୍ୟରେ ଦେଶମୁଖ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ, ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ନେଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ପୋଲିସ କମିଶନର ପଦବୀରୁ ହଟାଇ ଦିଆଯାଇ ଅନ୍ୟତ୍ର ବଦଳି କରାଯାଇଥିଲା। ଏ ସମ୍ପର୍କରେ ପରମବୀର ସିଂହ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରି ତାଙ୍କ ସମସ୍ତ ଅଭିଯୋଗର ସିବିଆଇ ତଦନ୍ତ କରାଇବାକୁ ଦାବି କରିଥିଲେ | କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ପିଟିଶନର ଶୁଣାଣି କରିବାକୁ ମନା କରିଦେବା ସହିତ ପ୍ରଥମେ ହାଇକୋର୍ଟରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପରମବୀର ସିଂହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ଅଭିଯୋଗର ପ୍ରାଥମିକ ଏବଂ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ନାର୍ଦ୍ଦେଶ ଦେଇଥିଲେ । ଏହାଏ ପରେ ଅନୀଲ ଦେଶମୁଖ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି |

Breaking News