Report Card Odisha

| Daily Odia News

ହାଇକୋର୍ଟରେ ପହଞ୍ଚିଲା ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାନେ ବିରୋଧ କରୁଥିବା ବେଳେ ଏହାକୁ ନେଇ ହାଇକୋର୍ଟରେ ପହଞ୍ଚିଛି ଭାରତୀୟ ବିକାଶ ପରିଷଦ । ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ଯୁକ୍ତିଯୁକ୍ତ ନୁହେଁ । ଏଭଳି ନିଷ୍ପତ୍ତିକୁ ରଦ୍ଦ କରିବାକୁ କୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଦାଖଲ ହୋଇଥିବା ପିଟିସନରେ ଶକ୍ତି ବିଭାଗର ସଚିବଙ୍କ ସହ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ଯୁକ୍ତି ରଖା ଯାଇଛି କି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦନ ବେଶ ଭଲଥିବା ବେଳେ ବିଦ୍ୟୁତ୍ ବିଲ୍ ବୃଦ୍ଧି କରାଯିବାର କୌଣସି ଯଥାର୍ଥତା ନାହିଁ । ତେଣୁ ବର୍ତ୍ତମାନ ବିଦ୍ୟୁତ୍ ବିଲ୍ ବୃଦ୍ଧି ନ କରିବାକୁ ଆବେଦନକାରୀ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ବିଲ୍ ବୃଦ୍ଧି କରାଯାଇଛି, ଯାହାକି ଏପ୍ରିଲ ୪ ତାରିଖଠାରୁ ଲାଗୁ ହୋଇଛି । ଏହି ବର୍ଦ୍ଧିତ ବିଲକୁ ସ୍ଥଗିତ ରଖିବାକୁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଓଡ଼ିଶା ବିଦ୍ୟୁତ୍ ନିୟାମକ (ଓଇଆରସି)ଙ୍କ ନିକଟକୁ ଚିଠି ଲେଖିଛନ୍ତି ।

Breaking News