ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ସପ୍ତାହରେ ଉତ୍ତରପ୍ରଦେଶ ଲଖିମ୍ପୁର ଖେରୀରେ କୃଷକଙ୍କ ହତ୍ୟାକୁ ବିରୋଧ କରି ମହାରାଷ୍ଟ୍ରର ଶାସକ ମିଳିତ ମଞ୍ଚ ସୋମବାର ଦିନ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି। ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଡାକରାକୁ ରାଜ୍ୟର ତିନି ଶାସକ ସହଯୋଗୀ ଶିବସେନା, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ କଂଗ୍ରେସ ଏହି ବନ୍ଦ ଡାକରାକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ଅତ୍ୟାବଶ୍ୟକ ସେବା ବ୍ୟତୀତ ସୋମବାର ରାଜ୍ୟରେ ସବୁକିଛି ବନ୍ଦ ରହିବ ବୋଲି (ଏମଭିଏ) ସରକାର କହିଛନ୍ତି। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ବନ୍ଦ ଡାକରା ରାଜ୍ୟ ପ୍ରାୟୋଜିତ ନୁହେଁ ବରଂ ଦଳ ପକ୍ଷରୁ ଡାକରା ଦିଆଯାଇଛି।






More Stories
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….