ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍ ମିଳିବା ଓ ପରେ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ ଓ୍ୱାଜେ NIAଦ୍ୱାରା ଗିରଫ ହୋଇସାରିଛନ୍ତି | ହେଲେ ଏହି ଘଟଣାକୁ ଅନେକ ନୂଆନୂଆ ମୋଡ଼ ସାମ୍ନାକୁ ଆସୁଛି ଆଉ ଗୋଟେ ପରେ ଗୋଟେ ତଥ୍ୟ ମିଳୁଛି । ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂଙ୍କ ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ପୋଲିସ୍ କମିଶନର ପଦରୁ ବିଦା ହୋଇଥିବା ପରମବୀର ସିଂ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପରମବୀର ସିଂ, ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଓ ବଟି ଆଦାୟ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ପରମବୀର ସିଂ ଜଣାଇଛନ୍ତି ଯେ, ବାର୍ ଓ ହୁକା ପାର୍ଲରରୁ ମାସକୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବା ପାଇଁ ଅନୀଲ ଦେଶମୁଖ, ସଚିନ ଓ୍ୱାଜେଙ୍କୁ ଟାର୍ଗେଟ୍ ଦେଇଥିଲେ। ଏକଥା ନିଜେ ଓ୍ୱାଜେ ତାଙ୍କୁ କହିଥିବା ପରମବୀର ଦର୍ଶାଇଛନ୍ତି। ଏଥିସହ ଅନୀଲ ଦେଶମୁଖ ପୋଲିସର କାର୍ଯ୍ୟଧାରାରେ ହସ୍ତକ୍ଷେପ କରୁଥିଲେ ଏବଂ କାହା ବିରୋଧରେ କେଉଁ ଚାର୍ଜ ଲାଗିବ ସେନେଇ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିଲେ ବୋଲି ପରମବୀର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହାକୁ ମିଥ୍ୟା ଅଭିଯୋଗ ବୋଲି ଅନୀଲ ଦେଖମୁଖ କହିଛନ୍ତି। ଟ୍ୱିଟ୍ କରି ଅନୀଲ ଦେଖମୁଖ କହିଛନ୍ତି, ମୁକେଶ ଅମ୍ବାନୀ ଓ ମନସୁଖ ହିରନ ମାମଲାରେ ନିଜକୁ ବଞ୍ଚାଇବା ପାଇଁ ପରମବୀର ଏଭଳି ମିଛ ଅଭିଯୋଗ ଆଣୁଛନ୍ତି।
More Stories
କୃଷ୍ଣ-ତାରା ମୁହାଁମୁହିଁ….
୩ ଆପ୍ ପାର୍ଷଦ ବିଜେପିରେ ଯୋଗଦେଲେ……
କୁମ୍ଭ ମେଳାର ଭକ୍ତ ଙ୍କୁ ନେଇ ରାଜନୀତି…..