ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ମହିଳାମାନଙ୍କ ଭୟ ଦୁଇଗୁଣିତ ହୋଇଯାଇଛି। ବାହାରେ କାର୍ଯ୍ୟ କରୁଥିବା ମହିଳା ଏବେ ଘରେ ରହି ନିଜ ନିଜର କାମ କରନ୍ତୁ ବୋଲି ତାଲିବାନ କହିଛି । କାରଣ ସେମାନଙ୍କ ଫାଇଟରଙ୍କୁ ମହିଳାମାନଙ୍କୁ ସମ୍ମାନ କରିବାକୁ ନେଇ କୌଣିସି ପ୍ରଶିକ୍ଷଣ ଦିଆଯାଇ ନାହିଁ। ସେମାନେ କେବଳ ଅତ୍ୟାଚାର ହିଁ ଜାଣନ୍ତି | ମହିଳାଙ୍କ ପ୍ରତି ଉଚିତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ନହେବା ଯାଏଁ ମହିଳାଙ୍କୁ ଘରେ ରହିବାକୁ ପଡ଼ିବ ବୋଲି କହିଛି ତାଲିବାନର ପ୍ରବକ୍ତା ଜବୀହୁଲ୍ଲା ମୁଜାହିଦ। ତେବେ ସୁରକ୍ଷା ବ୍ୟବସ୍ଥାକୁ ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ମଧ୍ୟ ସେ କହିଛି। ମଙ୍ଗଳବାର ଜବୀହୁଲ୍ଲା ମୁଜାହିଦ କହିଥିଲା, ମହିଳା ସରକାରୀ କର୍ମଚାରୀ ପୁଣି ଥରେ କେମିତି କର୍ମକ୍ଷେତ୍ରକୁ ଫେରିବେ ସେନେଇ ତାଲିବାନ ପଦକ୍ଷେପ ଗ୍ରହଣ କରୁଛି। କିନ୍ତୁ ଏବେ ସୁରକ୍ଷା ଦୃଷ୍ଟିରୁ ସେମାନେ ଘରେ ରହିବା ଜରୁରୀ। ତାଲିବାନ ବାରମ୍ବାର ନିଜର ମତ ପରିବର୍ତ୍ତନ କରୁଛି | ଯାହା ଦ୍ୱାରା ତାଲିବାନ କାହାର ବିଶ୍ୱାସର ପତ୍ର ହୋଇପାରୁନାହିଁ | ଆଫଗାନବାସୀଙ୍କୁ ଭୟବିତ୍ତ ନହେବା ପାଇଁ କହୁଥିଲେ ମଧ୍ୟ ଲୋକଙ୍କର ବିଶ୍ୱାସ ଏଥି ପାଇଁ ଜନ୍ମୁ ନାହିଁ |






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……